Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସିଭିଲ ସର୍ଭିସ ପରୀକ୍ଷା ୨୦୧୮ ମହିଳା ଟପର ସୃଷ୍ଟି : ହାସିଲ କରିଛନ୍ତି ପଞ୍ଚମ ସ୍ଥାନ

6/04/2019 at 1:20 PM

ନୂଆଦିଲ୍ଲୀ ୬/୪ : କଲେଜରେ ଆଡ଼ମିସନ କରିବାର ବର୍ଷେ ପରେ ହିଁ ସୃଷ୍ଟି ଜୟନ୍ତ ଦେଶମୁଖ ସିଭିଲ ସର୍ଭିସ ପରୀକ୍ଷାକୁ ନିଜର ଲକ୍ଷ୍ୟ କରିଥିଲେ | ସେଥିପାଇଁ ସେ ବହୁତ ପରିଶ୍ରମ କରୁଥିଲେ | ମଧ୍ୟ ପ୍ରଦେଶ ଭୋପାଲରେ ସୃଷ୍ଟିଙ୍କ ଘର | ସୃଷ୍ଟି ମହିଳାମାନଙ୍କ ମଧ୍ୟରେ ଟପ କରିଛନ୍ତି | ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ୭୫୯ ପ୍ରାର୍ଥୀଙ୍କ ମଧ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ସୃଷ୍ଟି | ସୃଷ୍ଟି ନିଜର ପ୍ରଥମ ପ୍ରୟାସରେ ହିଁ ୟୁପିଏସସି ପରୀକ୍ଷା ପାସ କରିଛନ୍ତି |


ବହୁତ ମନ ଲଗାଇ ସେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ | ପ୍ରଥମଥରରେ ହିଁ ସେ ପାସ କରିବେ ବୋଲି ମନୋବଳ ଦୃଢ ରଖିଥିଲେ |


ସୃଷ୍ଟି କେମିକାଲ ଇଂଜିନିୟରିଂ ଛାତ୍ରୀ | ସେ କହିଛନ୍ତି ଯେ, କଲେଜରେ ପଢିବାବେଳେ ଦ୍ୱିତୀୟ ବର୍ଷରୁ ହିଁ ସେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରୟାସ ଆରମ୍ଭ କରିଥିଲେ | କେମିକାଲ ଇଂଜିନିୟର ହୋଇ ସେ ଯେତିକି କାମ କରିବେ ତା’ଠାରୁ ଅଧିକ ସିଭିଲ ସର୍ଭିସ ସେବାରେ କରିପାରିବେ ବୋଲି ସେ ଚିନ୍ତା କରିଥିଲେ | ସନଜରେ ନିଜର ଯୋଗଦାନ ପାଇଁ ସେ ସିଭିଲ ସର୍ଭିସ ପରୀକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଥିଲେ |


ସୃଷ୍ଟି ଭୋପାଳରେ ହିଁ ନିଜର ସ୍କୁଲ ପାଠ ପଢା ଶେଷ କରିଥିଲେ | ଏହାପରେ ୨୦୧୮ ମସିହାରେ ଏଲଏନସିଟି କଲେଜରେ କେମିକାଲ ଇଂଜିନିୟରିଂ ଡିଗ୍ରୀ ହାସିଲ କରିଥିଲେ | ସିଭିଲ ସର୍ଭିସ ପରୀକ୍ଷା ପାଇଁ ସେ ଭୋପାଳରେ ହିଁ କୋଚିଂ ନେଉଥିଲେ ଏବଂ ଇଣ୍ଟରନେଟରେ ପଢାପଢି କରୁଥିଲେ ବୋଲି କହିଛନ୍ତି ସୃଷ୍ଟି |

   Related Posts