ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ କରୋନାରେ ସଂକ୍ରମିତ: ପିଜିଆଇରେ ଭର୍ତ୍ତି
14/09/2020 at 5:10 PM

ଲକ୍ଷ୍ନୌ ୧୪/୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଥିବା କଲ୍ୟାଣ ସିଂହଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ନୌର ପିଜିଆଇରେ ଭର୍ତ୍ତି କରାଯାଇଛି।

କଲ୍ୟାଣ ସିଂହ ଅଗଷ୍ଟ ୫ତାରିଖରେ ଅଯୋଧ୍ୟାରେ ହେଉଥିବା ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନଥିଲେ। ସେ ଏକ ପ୍ରେସ୍ କନଫରେନ୍ସ କରିଥିଲେ। ଏହି ପ୍ରେସ୍ କନଫରେନ୍ସରେ ସାମିଲ ଜଣେ ସାମ୍ବାଦିକ ପରେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ କଲ୍ୟାଣ ସିଂହ ହୋମ୍ କ୍ବାରେଣ୍ଟାଇନରେ ଥିଲେ।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021