ସାର କଳାବଜାରି ଅଭିଯୋଗ,, ଜିଲ୍ଲା ପରିଷଦ ବୈଠକରେ ହୋ ହଲ୍ଲା

Published By : Prameya-News7 Bureau | August 28, 2019 IST

ବଲାଙ୍ଗୀର ୨୮ ।୮- ସାର କଳାବଜାରିକୁ ନେଇ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ହୋହାଲ୍ଲା ହୋଇଛି। ଚାଷୀଙ୍କୁ ଚଢାଦରରେ ନିମ୍ନମାନର ସାର ବିକ୍ରିକରି ବ୍ୟବସାୟୀ ମାଲେ ମାଲ ହେବା  ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲାର ୫ ଜଣ ବିଧାୟକ ଓ ସାଂସଦଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସାର ସଂପର୍କରେ  ଆଲୋଚନା ହୋଇଥିଲେ ବି  ୫ ଶହରୁ ଅଧିକ  ବସ୍ତା ସାରର କଳାବଜାରି ନେଇ କିଛି  ଫଇସଲା ହୋଇପାରିନି । ତେବେ ସାର କଳାବାଜାରୀ ଏବେ ଖୁଲମଖୁଲ୍ଲା ହେଉଥିବାବେଳେ ମାମଲା ଚାଲିଥିବାରୁ ଅଦାଲତ ଏ ବିଷୟରେ  ନିଷ୍ପତ୍ତି ନେବା ବୋଲି  କଳାହାଣ୍ଡି ଜିଲ୍ଲାପାଳ କହିଛନ୍ତି ।

{"id":150230}

ବଲାଙ୍ଗିରରେ  ୫ ଶହ ବସ୍ତାରୁ ଅଧିକ  ସାର ଜବତ । କେବଳ ସାର ଜବତ କରି ଗୋଦାମ କୁ ସିଲ କରି କୃଷିବିଭାଗ  କାମ ସାରିଦେଇଛି । ଏପଟେ କିନ୍ତୁ ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ସାର ପାଇଁ ହଟ୍ଟଗୋଳ ହୋଇଛି । ଆସାଧୁ ବ୍ୟବସାୟୀ ଚଢାଦରରେ ନିମ୍ନମାନର ସାର ଦେଇ ଚାଷୀଙ୍କୁ  କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏମାନଙ୍କୁ ନିୟନ୍ତ୍ରଣ କରିବା ନେଇ ଜିଲ୍ଲା ପରିଷଦ ବୈଠକରେ ହଟ୍ଟଗୋଳ । କଣ୍ଟାବାଞ୍ଜି ବିଧାୟକ ଏହାକୁ ନେଇ ପ୍ରଶ୍ନ କରିଥିବା ବେଳେ ତୁରନ୍ତ ଏ ଘଟଣାକୁ ନେଇ କାର୍ଯ୍ୟାନୂଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।

{"id":150231}

କଳାବଜାରା ରାକେଟ୍‌ରେ ରାଜନେତା ଥିବା କଥା ଅଭିଯୋଗ ହୋଇଛି । ସଇଁନ୍ତଳା ସାର କଳାବଜାରି ଘଟଣାରେ ସଇଁନ୍ତଳା ସମିତି ସଭ୍ୟ ପ୍ରମୋଦ ଅଗ୍ରଓ୍ବାଲଙ୍କ ସଂପୃକ୍ତି ଅଭିଯୋଗ ହୋଇଛି । ସେପଟେ ନିମ୍ନମାନର ସାରକୁ ଠିକ ଥିବା କହି ପୁଣିଥରେ ବିକିବାପାଇଁ ଜିଲ୍ଲା କୃଷି ବିଭାଗ ନିଷ୍ପତି ନେଇଥିବା ସୂଚନା ମିଳିଛି । କୃଷି ବିଭାଗର ମତ ପରିବର୍ତ୍ତନକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠିଛି। ଜିଲ୍ଲା ପରିଷଦ ବୈଠକରେ ଏନେଇ ଆଲୋଚନା ବେଳେ, ଅଭିଯୋଗ ସତ୍ୟାସତ୍ୟ ନେଇ ଅନୁସନ୍ଧାନ ସହ  ସତ୍ୟ ଉନ୍ମୋଚନ ପାଇଁ ଉପସ୍ଥିତ ଥିବା ଜନ ପ୍ରତିନିଧି ଦାବିକରିଛନ୍ତି । ତେବେ ମାମଲା ଅଦାଲତରେ ଥିବାରୁ ଶୁଣାଣି ଓ ଆଦେଶ ଭିତ୍ତିରେ ଯାହା କିଛି କହିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

{"id":150232}

 ଖୁଲ୍ଲମଖୁଲ୍ଲା ସାର କଳାବଜାରିରେ ଚାଷି ପେଟକୁ ହିଁ ଲାତ ମରାଯାଉଛି । ଆଉ ଏଥିରେ  ବ୍ୟବସାୟୀରୁ ଜନପ୍ରତିନିଧି ହୋଇଥିବା  ଜଣେ ନିଦ୍ଦିଷ୍ଟ ବ୍ୟକ୍ତି ଫାଇଦା ନେଉଥିବା ଏବଂ ସରକାରୀ ବାବୁ ବି ସଂପୃକ୍ତ ଥିବା ଆଲୋଚନା ହେଉଛି । ତେଣୁ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଆଗକୁ ଏହା ଜଟିଳ ହେବା ଆଶଙ୍କା ବେଶୀ ।

{"id":150233}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.