Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ତୃତୀୟ ଲହରରେ ଶିଶୁ ସଂକ୍ରମିତ ହେଲେ କରିବେ କଣ ? ସରକାରଙ୍କୁ ଜରୁରୀ କାଳୀନ ବ୍ୟବସ୍ଥା ସଂପର୍କରେ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

6/05/2021 at 1:33 PM

ନୂଆଦିଲ୍ଲୀ ୬/୫: ଦେଶରେ ୨ୟ ଲହର ସରିନି, ଏବେ ତୃତୀୟ ଆସିବା ନେଇ ବଢିଲାଣି ଚିନ୍ତା । ତେବେ ଏହି ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ଦେଖାଦେଇଛି । ଆକଳନ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆଉ ଏହି ଆକଳନ ନେଇ ସରକାରଙ୍କୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ବିଶେଷ କରି ଶିଶୁଙ୍କ ପ୍ରତି କଣ କରିଛ ପ୍ରସ୍ତୁତି ।

ସୂଚନାଥାଉକି, ସୁପ୍ରିମକୋର୍ଟ ଗୁରୁବାର ଦିନ ପୁଣି ଥରେ ଦିଲ୍ଲୀର ଅମ୍ଳଜାନ ସଙ୍କଟ ଏବଂ କରୋନା ସ୍ଥିତି ନେଇ ଶୁଣାଣି କରିଛନ୍ତି । ଏହି ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କରୋନାର ତୃତୀୟ ଲହର ନେଇ ଆଲୋଚନା କରିଥିଲେ । ମାମଲାର ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଯଦି ଆସନ୍ତାକାଲି ପରିସ୍ଥିତି ବିଗିଡିଯାଏ ଏବଂ କରୋନା ମାମଲା ବଢେ ତେବେ ଆପଣ କଣ କରିବେ ? ।

ରିପୋର୍ଟରେ କୁହାଯାଇଛି ଯାହା କରିବା ଆବଶ୍ୟକ ତାହା ବର୍ତ୍ତମାନ ପ୍ରସ୍ତୁତ ହେବାକୁ ପଡିବ । ଯୁବକମାନଙ୍କ ଟୀକାକରଣ କରିବାକୁ ପଡିବ । ଯଦି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ଆସେ, ତାହଲେ କିପରି ନିୟନ୍ତ୍ରଣ କରିପାରିବା ସେନେଇ ବ୍ୟବସ୍ଥା କରିବାକୁ ପଡିବ । କାରଣ ପିଲାମାନେ ନିଜେ ହସ୍ପିଟାଲକୁ ଯାଇପାରିବେ ନାହିଁ ।
ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସାହାରା ନେବାକୁ ପରାମର୍ଶ
ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରାୟ ଦେଢ ଲକ୍ଷ ଏମିତି ଡାକ୍ତର ଅଛନ୍ତି ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାସହ ପାଖାପାଖି ଅଢେଲ ଲକ୍ଷ ନର୍ସ ମଧ୍ୟ ଘରେ ବସିଛନ୍ତି । ଏମାନେ ସେହି ବ୍ୟକ୍ତି ଯେଉଁମାନେ ତୃତୀୟ ଲହର ସମୟରେ ତୁମର ଭିତ୍ତିଭୂମିକୁ ମଜବୁତ କରିବେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେଉଁ ସ୍ୱାସ୍ଥ୍ୟ କର୍ମୀମାନେ ମାର୍ଚ୍ଚ ୨୦୨୦ ଠାରୁ ନିରନ୍ତର କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଉପରେ ଥକ୍କା ଏବଂ ଚାପ ମଧ୍ୟ ଅଧିକ ରହିଛି । ସେଥିପାଇଁ ସେମାନଙ୍କୁ ଟିକିଏ ବିଶ୍ରାମ ଦରକାର ।

   Related Posts