Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ରୋଗ ପାଖରେ ଧନୀ-ଗରିବ ଭେଦ ? ଉଚ୍ଚ ମଧ୍ୟବିତ୍ତଙ୍କୁ ଅଧିକ ସଂକ୍ରମିତ କରୁଛି କରୋନା, ତାପରେ ନିମ୍ନ ମଧ୍ୟବିତ୍ତ, ବସ୍ତିରେ ମାତ୍ର ୪% କୋଭିଡ୍‌ ଆକ୍ରାନ୍ତ

28/04/2021 at 4:13 PM

ନୂଆଦିଲ୍ଲୀ ୨୮/୪: କରୋନା ସଂକ୍ରମଣକୁ ନେଇ ଦେଶରେ ହାହା କାର ପଡ଼ିଥିବା ବେଳେ ଗବେଷଣାରୁ ମିଳିଥିବା ତଥ୍ୟ ଆଶ୍ଚର୍ଯ୍ୟ କରିଛି। ରୋଗ ପାଖରେ ଧନୀ-ଗରିବ ଭେଦଭାବ ଥିବା ତଥ୍ୟ କହୁଛି।   ଗରିବଙ୍କୁ ଦୟା କିନ୍ତୁ ଧନୀଙ୍କ ପାଇଁ ନିଷ୍ଠୁର କରୋନା ଭୂତାଣୁ ! ଏକଥା ଆମେ କହୁନୁ ବରଂ ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି। ଧନୀଙ୍କ ତୁଳନାରେ ଗରିବଙ୍କ ଉପରେ କରୋନାର ପ୍ରଭାବ କମ୍‌ ରହୁଛି ।

୭୦ ପ୍ରତିଶତ ଉଚ୍ଚ ମଧ୍ୟବିତ ଲୋକ କରୋନା ସଂକ୍ରମଣ ହୋଇଥିବା ବେଳେ ୨୫.୭୪ ପ୍ରତିଶତ ନିମ୍ନ ମଧ୍ୟବିତ୍ତ ଲୋକେ କରୋନା ଭୂତାଣୁରେ ଶିକାର ହୋଇଛନ୍ତି। ଅନ୍ୟପଟେ ବସ୍ତିରେ ରହୁଥିବା ୪.୨୬ ପ୍ରତିଶତ ଗରିବ ଲୋକ ସଂକ୍ରମିତ ହୋଇଛନ୍ତି। ଏନେଇ ଗୁଜୁରାଟର ସୌରାଷ୍ଟ୍ର ବିଶ୍ବବିଦ୍ୟାଳୟର ଗବେଷଣାରୁ ଖୁଲାସା ହୋଇଛି। ଏହା ସହ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଲୋକଙ୍କ ଜୀବନଶୈଳୀ ଅନୁସାରେ ଶରୀରକୁ କ୍ଷତି ପହଞ୍ଚାଉଛି କରୋନା ଭୂତାଣୁ।

ଭିନ୍ନ ଭିନ୍ନ ବୟସର ଲୋକଙ୍କ ଉପରେ ଭୂତାଣୁ ପ୍ରଭାବ ଭିନ୍ନ ରହୁଛି। ଏହା ବ୍ୟତୀତ ମହିଳା ଏବଂ ପୁରୁଷଙ୍କ ଉପରେ ଭୂତାଣୁର ପ୍ରଭାବ ଭିନ୍ନ ରହୁଛି । ଏହି ଗବେଷଣା ସୌରାଷ୍ଟ୍ର ୟୁନିଭର୍ସିଟିର ମନୋବିଜ୍ଞାନ ବିଭାଗର ଅଧ୍ୟକ୍ଷ ଡାକ୍ତର ଯୋଗେଶ  ଯୋଗସଣାଙ୍କ ନେତୃତ୍ବରେ ପିଏଚ୍‌ଡି ଛାତ୍ର ନିମିଷା ପଡାରିଆ କରିଛନ୍ତି। ଗବେଷଣାରେ ୭୨୦ କରୋନା ଆକ୍ରାନ୍ତଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି।

ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ
ଶରୀରକୁ ସ୍ବସ୍ଥ ରଖିବାଖୁ ହେଲେ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ। କିନ୍ତୁ ଏକବିଂଶ ଶତାବ୍ଦୀର ଲୋକେ ଫାଷ୍ଟଫୁଡ୍‌ ଖାଇବାକୁ ପସନ୍ଦ କରୁଛନ୍ତି। ପୁଷ୍ଟିକର ଖାଦ୍ୟ ସେବନ କଲେ ଲୋକେ କରୋନାରୁ ଶୀଘ୍ର ସୁସ୍ଥ ହେଉଥିବା ଷ୍ଟଡିରେ ଜଣାପଡ଼ିଛି । ଏଥିପାଇଁ ଚାଉଳ, ଗହମ, ବାଜରା, ସବୁଜ ପନିପରିବା ଏବଂ ଫଳ ଖାଇବା ଜରୁରୀ। ଏହି ସବୁ ଖାଦ୍ୟରୁ କର୍ବୋହାଇଡ୍ରେଡ୍‌, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌, ମିନେରଲ୍ସ, ଫାଇବର ମିଳିଥାଏ। ଏହି ସବୁ ତତ୍ବ ଶରୀରରେ ପାଚନ ଶକ୍ତି ଏବଂ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।

   Related Posts