Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନା ଭାବି ମୃତଦେହକୁ ଛୁଇଁଲେନି ସ୍ତ୍ରୀ ଓ ଝିଅ, ଅନ୍ତିମ ସଂସ୍କାର କଲେ ଉପ ଜିଲ୍ଲାପାଳ

13/05/2021 at 1:00 PM

ଭଞ୍ଜନଗର,୧୩/୦୫:  ଅନ୍ତିମ ସତ୍କାର କଲେ ଉପଜିଲ୍ଲାପାଳ ଏବଂ କର୍ମଚାରୀ । ଯେତେ ବି ବଡ ପଦବୀରେ ରୁହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି । କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ  ଦୌଲତର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ । କିନ୍ତୁ ତାର ବିପରୀତ କରି ଦେଖେଇଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ । ସେ ଆଉ କେହି ନୁହଁନ୍ତି, ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ରାଜେନ୍ଦ୍ର ମିଂଜ଼ ।

ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେ କୋଭିଡ କିମ୍ବା  କୋଭିଡ ସନ୍ଦିଗ୍ଧ ରେ ମୃତ୍ୟୁ ହେଲା  ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି । ବୁଧବାର  ରାତ୍ରରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା  ଡିସିଏଚସିରେ । ଭଞ୍ଜନଗର ଲଣ୍ଡେଇ ସାହି ବାସିନ୍ଦା କାଳୀ ଚରଣ ସାହୁଙ୍କ ମୃତ୍ୟୁପରେ ପରିବାର ଲୋକ ଯଥା  ଆସିଥିବା ସ୍ତ୍ରୀ, ଝିଅ, ବୋହୁ ମୃତଦେବ ନେବାକୁ ମନା କରିଦେଇଥିଲେ । ମୃତଦେହ ପଡି ରହିବା ଖବର  ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ  ନିଜେ ଉପଜିଲ୍ଳାପାଳ  ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହ ମୃତଦେହ ଉଠାଇବା ସହ ସହରର ଶେଷ ଭାଗରେ ଥିବା ଶ୍ମଶାନରେ ମୃତଦେହ ସତ୍କାର କରି ମାନବିକତାର ପରିଚୟ ଦେଇଥିଲେ ।

ପରିବାର ବର୍ଗ  କରୋନା ସନ୍ଦେହ କରି ମୃତଦେହ ପାଖ ମାଡି ନ ଥିବା ବେଳେ ଖୋଦ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟର ରାଜସ୍ବ ସହାୟକ  ଯେଉଁ ଭଳି ଭାବେ ପରିଚୟ ଦେଇଛନ୍ତି ନିଶ୍ଟିତ ଭାବେ ପ୍ରଶଂସାର ପାତ୍ର । ଉପଜିଲ୍ଲାପାଳଙ୍କ ଏହି ମଣିଷ ପଣିଆ ଦେଖି ଅଞ୍ଚଳ ବାସୀ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି । ମୃତ କାଳୀଙ୍କ ଭଉଣୀ ମଧ୍ୟ ବର୍ତ୍ତମାନ ଡିସିଏଚସିରେ ଚିକିତ୍ସିତ ଥିବା ସୂଚନା ରହିଛି । ଉପଖଣ୍ଡ ଡାକ୍ତରଖାନାର ହସ୍ପିଟାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ରାତିରେ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ |

   Related Posts