ହସ୍ପିଟାଲରେ ଅନ୍ଧବିଶ୍ବାସର ଖେଳ ଖେଳୁଥିଲା ତାନ୍ତ୍ରିକ : ପ୍ରାଣ ଚାଲିଗଲା ଯୁବକଙ୍କର

Published By : Prameya-News7 Bureau | June 05, 2019 IST

ବେଗୁସରାଇ ୫/୬: ବିହାରର ବେଗୁସରାଇରେ ବୁଧବାର ଅନ୍ଧବିଶ୍ବାସର ଖେଳ ଦେଖାଯାଇଛି। ଘଟଣାଟି ଘଟିଛି ସରହ ହସ୍ପିଟାଲରେ। ସାହେବପୁର କମାଲର ଶିବପୁର ଗାଁର ଗୋଟିଏ ପରିବାରର ୩ଜଣ ପୁଅଙ୍କୁ ସାପ ଦଂଶନ କରିଥିଲା। ମଙ୍ଗଳବାର ରାତିରେ ୩ଜଣ ତଳେ ​‌ଶୋଇଥିଲେ। ରାତି ପାଖାପାଖି ସାଢ଼େ ୩ଟାରେ ସାପ ୩ଜଣଙ୍କୁ ଦଂଶନ କରିଥିଲା।

ସାପ ବିଷରେ ୨ଜଣଙ୍କ ଗାଁରେ ମୃତ୍ୟୁ ଘଟିଥିଲା। ଜଣଙ୍କର ନିଃଶ୍ବାସ ଚାଲିଥିଲା। ପରିବାରଲୋକେ ୩ଜଣଙ୍କୁ ନେଇ ବେଗୁସରାଇ ସଦର ହସ୍ପିଟାଲକୁ ପହଞ୍ଚିଥିଲେ। ଏଠାରେ ଡାକ୍ତର ଯୁବକଙ୍କ ଚିକିତ୍ସା କରିଥିଲେ। ଏହି ସମୟରେ ପରିବାର ଲୋକେ ତାନ୍ତ୍ରିକକୁ ନେଇ ଆସିଥିଲେ। ତାନ୍ତ୍ରିକ ଜଣକ ଅନେକ ସମୟ ଯାଏଁ ଝଡ଼ା ଫୁଙ୍କା କରିଥିଲା। ଚିକିତ୍ସା ଏବଂ ତନ୍ତ୍ର-ମନ୍ତ୍ର ସବୁ ବିଫଳ ହୋଇଥିଲା ଏବଂ ତୃତୀୟ ଯୁବକଙ୍କ ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.