ଆଉ ଶୁଭିବନି ଗୁରୁଗମ୍ଭୀର ସ୍ଵର, ଆର ପାରିରେ ଉପେନ୍ଦ୍ର କୁମାର ପାହାଡସିଂହ

Published By : Prameya-News7 Bureau | June 29, 2021 IST

ଭୁବନେଶ୍ଵର ୨୯।୦୬: କାନରେ ପ୍ରତିଧ୍ଵନିତ  ହେଉଥିବା ସେ ଗୁରୁ ଗମ୍ଭୀର ଶବ୍ଦ ଆଉ ଶୁଣିବାକୁ ମିଳିବନି। 'ଆକାଶବାଣୀ, ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହ...। ଆଉ ନାହାନ୍ତି ଉପେନ୍ଦ୍ର କୁମାର ପାହାଡସିଂହ। ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଥିଲେ ପାହାଡସିଂହ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ହୃଦଘାତରେ ତାଙ୍କର ପରଲୋକ ଘଟିଛି। ସେ ନବେ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଥିଲେ। ଗୁରୁଗମ୍ଭୀର ସ୍ଵରରେ ସମ୍ବାଦ ପଠନ ପାଇଁ ସେ ଘରେ ଘରେ ପରିଚିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.