Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚିହ୍ନଟ କଲା ୨୦ଟି କରୋନା ହଟସ୍ପଷ୍ଟ: କରୋନା ସହ ମିଳିମିଶି ଲଢ଼ିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ

2/04/2020 at 9:47 PM

ନୂଆଦିଲ୍ଲୀ୨/୪: ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫୦ ଛୁଇଁଲା । ଆଜି ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୯ ଜଣ। ତେବେ ଦେଶପାଇଁ ଚିନ୍ତା ବଢ଼ାଇ ଦେଇଛି ଦିଲ୍ଲୀର ତବଲିଘ ଜମାତ । ଏଥିରେ ଯୋଗଦେଇଥିବା ସାରା ଦେଶର ୯ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା କରୋନା ମୃତଙ୍କ ମଧ୍ୟରେ କେବଳ ୨୦ ପ୍ରତିଶତ ହେଉଛନ୍ତି ଜମାତରେ ସାମିଲ ହୋଇଥିବା ବ୍ୟକ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୨୦ଟି କରୋନା ହଟସ୍ପଷ୍ଟ ଚିହ୍ନଟ କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।     

ତବଲିଘ ଜମାତ ଲିଙ୍କରେ ୯ ହଜାର । ଏମାନଙ୍କ ଭିତରେ ୧୩ଶହ ବିଦେଶୀ।  ସାରା ଦେଶ ପାଇଁ ଚିନ୍ତା ବଢ଼ାଇଲେଣି ଜମାତି।  ଆକ୍ରାନ୍ତଙ୍କ  ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି ଘଟାଇଛି ତବଲିକ୍ ଜମାତି ସଂପର୍କିତ ଆକ୍ରାନ୍ତ । ସାରା ଦେଶରେ ମୋଟ୍ ୫୦ ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ତବଲିଗ୍ ଜମାତ୍‌ ଯୋଗୁଁ ୧୯ ଜଣଙ୍କ ଜୀବନ ଯାଇଛି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୬୫  କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜମାତ୍ ଯୋଗୁଁ ୪୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଜମାତରେ ଯୋଗଦେଇଥିବା  ତାମିଲନାଡୁର ସର୍ବାଧିକ ୧୯୦ ଜଣଙ୍କ ଠାରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛି। ଆନ୍ଧ୍ରପ୍ରଦେଶରେ ୭୦, ତେଲେଙ୍ଗାନାରେ ୫୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତବଲିଗ୍ ଜମାତରେ ଯୋଗ ଦେଇଥିବା ତେଲେଙ୍ଗାନାର ୯ ଜଣଙ୍କ ମୃତ୍ୟୁ ହରାଇଥିବା ବେଳେ ମହାରାଷ୍ଟ୍ର, ଦିଲ୍ଲୀ ଓ ଜାମ୍ମୁ-କାଶ୍ମୀରରୁ ଦୁଇ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଇନ୍ଦୋର ଏବଂ ଦିଲ୍ଲୀରେ ଦୁଇ ଦୁଇଜଣ ପ୍ରାଣ ହରାଇଛନ୍ତି ଯେଉଁମାନଙ୍କ ଲିଙ୍କ ଏହି ଜମାତ ସହିତ ଥିଲା।

ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାର କମ୍ୟୁନିଟି ଟ୍ରାନ୍ସମିସନର ସୂଚନା ନାହିଁ, କିନ୍ତୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୦ଟି କରୋନା ହଟ୍‌ସ୍ପଟ୍ ଏବଂ  ୨୨ଟି ପୋଟେନସିଆଲ ହଟ୍‌ସ୍ପଟ୍ ଚିହ୍ନଟ କରାଯାଇଛି। ଏବେ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ବଡ଼ କଥା ହେଉଛି ଏସିଆ ମହାଦେଶର ସବୁଠୁ ବଡ଼ ବସ୍ତି ମୁମ୍ବାଇର ଧରାଭିରେ କରୋନା ପହଞ୍ଚିଯାଇଛି । ୧୫ ଲକ୍ଷ ଲୋକ ରହୁଥିବା ଧରାଭି ବସ୍ତିରେ ଗତ ୨୪ ଘଣ୍ଟା ଭିତରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ପ୍ରାଣ ହରାଇଛନ୍ତି । ୫ କିଲୋମିଟର ବ୍ୟାପୀ ଧରାଭି ବସ୍ତିର ଅଧିକାଂଶ ଘର ଝାଟିମାଟି ଓ ଜରିପାଲରେ ତିଆରି। ଏଠାରେ କରୋନା ମହାମାରୀ ବ୍ୟାପିଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ।

ସେପଟେ ଦେଶରେ କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ସାମିଲ ହୋଇଥିଲେ । ଗତ ଦୁଇ ଦିନରେ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯାଇଥିବାରୁ ମିଳିମିଶି ଲଢିବା ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କେତେକ ରାଜ୍ୟରେ ଲକ୍ ଡାଉନ୍ ଭାଙ୍ଗିବାକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ବିଭିନ୍ନ ରାଜ୍ୟରେ ରହିଯାଇଥିବା ଶ୍ରମିକମାନଙ୍କର ଖାଇବା ଓ ରହିବା ବନ୍ଦୋବସ୍ତ କରିବା ନେଇ ଭିଡିଓ କନଫରେନ୍ସିଂରେ ଆଲୋଚନା ହୋଇଛି ।ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

   Related Posts