Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ବେଗ ୭୦ ରୁ ୯୦ କିଲୋମିଟର ରହିବ

8/11/2019 at 7:14 PM

ଭୁବନେଶ୍ବର୮|୧୧: ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ତଫଲ କରିବ । ତଥାପି ଭୟ କାରଣ ପାରଦ୍ବୀପ ଠାରୁ ମାତ୍ର ୧୨୦ କିଲୋମିଟର ଦୂର ଦେଇ ଅତିକ୍ରମ କରିବ ବାତ୍ୟା ବୁଲବୁଲ।  ତେଣୁ ବୁଲବୁଲ ପ୍ରଭାବରେ ରାଜ୍ୟରେ ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ବେଗ ୭୦ ରୁ ୯୦ କିଲୋମିଟର ରହିବ। ଏହାକୁ ଆଖି ଆଗରେ ରଖି ପୂରା ସଜାଗ ହୋଇସାରିଲାଣି ପ୍ରଶାସନ।

। ଏବେ ଏହା ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି। ୯ ତାରିଖ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଭେରି ସିଭିୟର ସାଇକ୍ଲୋନ ଭାବେ ଗତିଶୀଳ ରହିବ।  ଏହାପରେ ଦୁର୍ବଳ ହେବ। ଏବଂ  ୧୦ ତାରିଖ ଭୋରରୁ ବୁଲବୁଲ ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁବ ।  ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଥିବା ସିଭିୟର ସାଇକ୍ଲୋନ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ  ମଝିରେ ଅତିକ୍ରମ କରିବ।

ତେବେ ଏହା ପୂର୍ବରୁ ଏହାର ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାରାଦ୍ବୀପ ଠାରୁ ୩ଶହ କିଲୋମିଟର ଦୂରରେ ଅଛି ବୁଲବୁଲ । ତେବେ ଓଡିଶା ଉପକୂଳରୁ ୧୨୦ କିଲୋମିଟର ଦୁରରେ ରହି ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ। 

ଓଡିଶାରେ ବୁଲ ବୁଲ ଲାଣ୍ତଫଲ ନ କଲେ ବି ୪ଟି ଜିଲ୍ଲାରେ ଏହାର ପ୍ରଭାବ ପଢ଼ିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଶେଷ କରି ବାଲେଶ୍ବର ଓ ଭଦ୍ରକ ଏଥିରେ ବେଶୀ ପ୍ରଭାବିତ ହେବ। ଏହା ସହିତ କେନ୍ଦ୍ରପଡା ଓ ଜଗତସିଂହ ପୁର ଜିଲ୍ଲାରେ ମଧ୍ୟ କେତେକାଂଶରେ ଏହାର ପ୍ରଭାବ ପଡିବ।  

ଓଡିଶାକୁ ଅତିକ୍ରମ କରିବା ବେଳେ ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଓଡିଶାରେ ଲାଣ୍ତଫଲ ନ କଲେ ବି ସରାକର ପୂରା ସର୍ତକ ରହିଛନ୍ତି। କାରଣ ଯେ ପର୍ଯ୍ୟନ୍ତ ଓଡିଶା ଉପକୂଳ ସମ୍ପୂଣ୍ଣ ଭାବେ ଅତିକ୍ରମ ନ କରିଛି ସେ ପର୍ଯ୍ୟନ୍ତ ବିପଦ ଟଳିନି। ସେଥିପାଇଁ ଏହି  ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଓଡ୍ରାଫ ଏବଂ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି। ଏହା ସହିତ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଯେହେତୁ ଏବେଠାରୁ ବାତ୍ୟାର ପ୍ରଭାବ ପଡିବା ଆରମ୍ଭ ହୋଇଛି ଏବଂ ଉପକୂଳର କେତେକ ସ୍ଥାନରେ ବର୍ଷାସହ ପବନ ବହିଲାଣି ସେଥିପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ସଜାଗ ହୋଇସାରିଲେଣି। ଏହା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ମହଜୁଦ ରଖାଯାଇଛି।

ସେପଟେ କେନ୍ଦ୍ର ମଧ୍ୟ ସ୍ଥିତି ଉପରେ ନଜର ରଖିଛି। କ୍ୟାବିନେଟ ସଚିବ ରାଜୀବ ଗୌବୀ ଓଡ଼ିଆ ଓ ପଶ୍ଚିମବଙ୍ଗ ଉପରେ ବୁଲବୁଲର ପ୍ରଭାବ ବାବଦରେ ସମୀକ୍ଷୀ କରିଛନ୍ତି। ୬ମାସ ତଳେ ଫନି ମାଡର ଭୟ ମନରୁ ଲିଭିନି। ଏବେ ବି କ୍ଷୟକ୍ଷତି ଆକଳନ ଚାଲିଛି। ଲୋକେ ଅଣ୍ଟା ସଳଖି ଠିଆ ହୋଈନାହାନ୍ତି।  ପୁଣି ବୁଲବୁଲ ଆସିବା ଖବର ଶୂଣି ଓଡିଶା ବାସୀ ଭୟଭୀତ ଅଛନ୍ତି।

   Related Posts