କରୋନା ସଂପର୍କରେ ଟିକ୍‌ନିଖ୍ ଅପଡେଟ୍‌...

Published By : Prameya-News7 Bureau | March 25, 2020 IST

ଭୁବନେଶ୍ବର୨୫/୩: ବୁଧବାର ଭାରତରେ କରୋନା ନେଇଛି ଆଉ ଏକ ମୁଣ୍ଡ ।  ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ତାଙ୍କର କୌଣସି ବିଦେଶ ଭ୍ରମଣର ହିଷ୍ଟ୍ରି ନାହିଁ ।  କିନ୍ତୁ ସେ କରୋନା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିଲେ । ଚେନ୍ନାଇର ଏହି ବ୍ୟକ୍ତିଙ୍କ ବୟସ ୫୪ ବର୍ଷ । 

{"id":244171,"sizeSlug":"large"}

ତେବେ ସେ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି। ସାରା ଦେଶରେ ଏଯାଏ କରୋନା ପଜିଟିଭ୍ ସଂଖ୍ୟା ୫୬୨ ରେ ପହଞ୍ଚିଛି । ଆଜି ତାମିଲନାଡୁରେ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ମହାରାଷ୍ଟ୍ର ପୁଣେରେ ସର୍ବପ୍ରଥମ କରୋନା ଆକ୍ରାନ୍ତ ଦୁଇଜଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ବଡ ପ୍ୟାକେଜ ଘୋଷଣା କରିପାରନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଅର୍ଥମନ୍ତ୍ରାଳୟ ଏବଂ RBI ର ଆଲୋଚନା ଚାଲିଛି । ଆଜି ପ୍ରଧାନମନ୍ତ୍ରୀ କରୋନା ସଂପର୍କରେ ଆଲୋଚନା ପାଇଁ କ୍ୟାବିନେଟ ବୈଠକ ଡାକିବା ସହ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି ।

{"id":244172,"sizeSlug":"large"}

ସେପଟେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଧ୍ୟା ସେଇ ୨ ରହିଛି । ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆଜି ସୁଦ୍ଧା ୧୩୩ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଛି । ୧୨୯ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ୪ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପଂଜିକରଣ କରିଥିବା ୪୦୧୫ ଜଣ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ସେମାନଙ୍କ ମଧ୍ୟରୁ ୩୬ ଜଣ ହସ୍ପିଟାଲ ଆଇସୋଲେସନରେ ଅଛନ୍ତି । ୭୮ ହଜାର ୨୩୩ ଜଣ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଯେ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ସେ କଥା ଭାବିବା ଭୁଲ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସଂପର୍କୀତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।  

{"id":244173,"sizeSlug":"large"}

କରୋନା ମୁକାବିଲା ନେଇ ବୁଧବାର ଏକ ବଡ଼ ଘେ‌ାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ଘୋଷଣା କରିଛନ୍ତି। ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ। ପ୍ରତିକୂଳ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଉଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମୁଖ୍ୟମନ୍ତ୍ରୀ ଚେତେଇ ଦେଇଛନ୍ତି ଯେ ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅଯଥା ଦଖଲ ଦେବେ ଓ ସେମାନଙ୍କୁ ଦୁର୍ବବ୍ୟବହାର କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନ ଭାଇରସ ସହ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ୩ ସ ଉପରେ ଗୁରୁତ୍ବ ଦେଇଛନ୍ତି । ସେଗୁଡିକ ହେଲା ସମ୍ବନ୍ଧନ, ସଂଗରୋଧ ଏବଂ ସମ୍ମାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.