ତୁରନ୍ତ ଅପଡେଟ୍ କରନ୍ତୁ ଗୁଗୁଲ କ୍ରୋମ୍ ବ୍ରାଉଜର, ନଚେତ୍ ହୋଇପାରେ ଏହି ଅସୁବିଧା, ସରକାର କଲେ ଆଲର୍ଟ

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:   ଇଣ୍ଡିଆନ କନଜ୍ୟୁମର୍ ଏମରଜେନ୍ସି ରେସପନ୍ସ ଟିମ୍ ବା ସିଇଆରଟି-ଇନ୍ ଇଣ୍ଟରନେଟ୍ ୟୁଜରଙ୍କ ପାଇଁ ହାଇ ରିସ୍କ ରେଟିଂ ବିଶିଷ୍ଟ ଆଇଭାଇଜାରୀ ଜାରି କରିଛି । ଏଥିରେ ଇଣ୍ଟରନେଟ୍ ୟୁଜରଙ୍କୁ ତୁରନ୍ତ ଗୁଗୁଲ୍ କ୍ରୋମ ବ୍ରାଉଜର୍ ଅପଡେଟ୍ କରିବା ପାଇଁ କୁହାଯାଇଛି ।

ଗୁଗୁଲ କ୍ରୋମରେ ଏପରି ଏକ ହାଇ ସିକ୍ୟୁରିଟି ରିସ୍କ ସାମ୍ନାକୁ ଆସିଛି ଯାହାକୁ ନେଇ ଚେଚାଇଦେଇଛି ଇଣ୍ଡିଆନ କନଜ୍ୟୁମର୍ ଏମରଜେନ୍ସି ରେସପନ୍ସ । ସଂସ୍ଥା କହିଛି ଯେ, ଏହା ଜରିଆରେ ସିଷ୍ଟମକୁ ଟାର୍ଗେଟ୍ କରି ରିମୋଟ୍ ଆଟାକ୍ ବା ଭାଇରସ୍ ଆଟାକ କରାଯାଇ ପାରିବ ।

{"id":267873,"width":842,"height":437,"sizeSlug":"large"}

ସଂସ୍ଥା ଆହୁରି କହିଛି ଯେ, ଯଦି ଆପଣ ଗୁଗୁଲ କ୍ରୋମ୍ ଭର୍ସନ୍ ୮୧.୦.୪୦୪୪.୧୩୮-୧ରୁ ପୁରୁଣା ଭର୍ସନ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ରିମୋଟ୍ ଆଟାକର ଶିକାର ହୋଇପାରନ୍ତି । ଏଥିପାଇଁ ତୁରନ୍ତ କ୍ରୋମକୁ ଅପଡେଟ୍ କରିବା ଜରୁରି । ଏହାକୁ ଲ୍ୟାଟେଷ୍ଟ୍ ଭର୍ସନରେ ଅପଡେଟ୍ କରିବାକୁ ସଂସ୍ଥା ୟୁଜରଙ୍କୁ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.