Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

କରୋନା ଅପ୍‌ଡେଟ୍‌: ବିଶ୍ବରେ ୮୩ ହଜାର ଅଧିକ ଲୋକଙ୍କ ମୃତ୍ୟୁ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩ ଲକ୍ଷ ୨ ହଜାର

8/04/2020 at 8:07 PM

ନୂଆଦିଲ୍ଲୀ୮/୪:  ବିଶ୍ବରେ କରୋନା ବିଭିଷିକା କମିବାର ନା ନେଉନି । ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୫୦ହଜାର ଟିପିଯାଇଛି।  ୮୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩ ଲକ୍ଷ ୨ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏସବୁ ଭିତରେ ଗୋଟିଏ ଖୁସୀ ଖବର ନିଶ୍ଚୟ ବିଶ୍ବକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସରୁ ଚୀନର ଉହାନ ସହର ମୁକ୍ତ ହୋଇଛି । ଉହାନରୁ ଲକଡାଉନ୍ ହଟାଇଛନ୍ତି  ଚୀନ ସରକାର । ଉହାନରୁ ଲକଡାଉନ ହଟିବା ପରେ ସହର ବାସୀ ବାଣଫୁଟାଇ ନାଚଗୀତରେ ନୂଆଜୀବନକୁ ସ୍ବାଗତ କରିଛନ୍ତି । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ- WHOକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି । WHOକୁ ଆମେରିକା ସବୁଠୁ ଅଧିକ ଅର୍ଥ ପ୍ରଦାନ କରୁଥିଲେ ହେଁ ଏହି ସଙ୍ଗଠନ ଚାଇନାକୁ ବେଶୀ ସମର୍ଥନ କରୁଥିବା ଟ୍ରମ୍‌ ଅଭିଯୋଗ କରିଛନ୍ତି।

କରୋନା ଭାଇରସର ଉତ୍ପତ୍ତିସ୍ଥଳ ଚୀନର ଉହାନ ସହରରୁ ଉଠିଲା  ଲକଡାଉନ୍‌ । ଦିର୍ଘ ୧୧ସପ୍ତାହ ବା ୭୬ଦିନ ପରେ ଘରେ ବନ୍ଦି ଜୀବନରୁ ମୁକ୍ତ ହୋଇଛନ୍ତି ଉହାନ ବାସୀ । ଲକଡାଉନ୍ ଉଠିବା ପରେ ଆଜି ସକାଳୁ ରେଳ,ବସ ଓ ବିମାନ ସେବା ଆରମ୍ଭ ହୋଇଛି । ଉତ୍ସାହିତ ଉହାନ ବାସୀ ୟାଙ୍ଗଜେ ନଦୀର ଦୁଇପାର୍ଶ୍ବରେ ଖୁସୀ ମନାଇଛନ୍ତି । ଅଟ୍ଟାଳିକା ଏବଂ ବ୍ରିଜ୍‌ ଗୁଡିକ ପାର୍ଶ୍ବରେ  କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ଚିତ୍ର ଆନିମେଟ୍ କରାଯାଇ ପ୍ରଦର୍ଶିତ କରାଯାଇଛି ।  ଊହାନ ବାସୀ ଚୀନ ଜାତୀୟ ସଙ୍ଗୀତ ଗାନ କରିବା ସହ ପତାକା ଉଡାଇ ଖୁସୀ ମନାଇଛନ୍ତି ।

କେନ୍ଦ୍ରୀୟ ଚୀନର ଏହି ସହର ଭିତରକୁ ଓ ବାହାରକୁ ଯାତ୍ରା କରିବାକୁ ନାଗରିକମାନଙ୍କୁ ଅନୁମତି ମିଳିଛି। ଗତବର୍ଷ ଡିସେମ୍ବର ମାସ ଶେଷ ବେଳକୁ ଏଠାରେ କରୋନା ଭାଇରସ ବ୍ୟାପିଥିଲା।  ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଚାଇନା ସରକାର ଜାନୁଆରୀ ୨୩ରେ ଲକ୍‌ଡାଉନ୍ ଘୋଷଣା କରିଥିଲେ।  କରୋନା ଭାଇରସ ପାଇଁ ଚାଇନାରେ ୩୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।  ୮୨ ହଜାରରୁ ଅଧିକ ଲୋକ କେବଳ ଉହାନରୁ ସଂକ୍ରମିତ ହୋଇଥିଲେ।  ଗତ ଏକ ସପ୍ତାହେ ହେବ ଉହାନରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଉହାନରୁ  ଲକଡାଉନ୍‌ କୁ ହଟାଇବାକୁ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ।

ବିଶ୍ବରେ ଆମେରିକାରେ  ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଯାଇଛି । ସେଠାରେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ- WHOକୁ ଆମେରିକାରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି । WHOକୁ ଆମେରିକା ସବୁଠୁ ଅଧିକ ଅର୍ଥ ପ୍ରଦାନ କରୁଥିଲେ ହେଁ ଏହି ସଙ୍ଗଠନ ଚାଇନାକୁ ବେଶୀ ସମର୍ଥନ କରୁଥିବା ଟ୍ରମ୍‌ ଅଭିଯୋଗ କରିଛନ୍ତି  । ସେପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ବିତୀୟ ସ୍ଥାନରେ ରହିଛି ସ୍ପେନ୍ । ସ୍ପେନରେ ପ୍ରାୟ ୧ ଲକ୍ଷ ୪୨ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୪ ହଜାର ୪୫ ଜଣ ପ୍ରାଣ ହରାଇଛନ୍ତି ।

ଇଟାଲୀରେ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସବୁଠାରୁ ଅଧିକ ୧୭ ହଜାର ୧୨୭ ଜଣ ପ୍ରାଣ ହରାଇଛନ୍ତି। ସମଗ୍ର ଇଉରୋପ ମହାଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତୀରେ ବଢି ଚାଲିଛି । ଜର୍ମାନୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି । ସେଠାରେ ଲକ୍ଷେ ୭ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୦୧୬ ଜଣ ପ୍ରାଣ ହରାଇଛନ୍ତି । ବ୍ରିଟେନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ ହଜାର ଟପିଥିବା ବେଳେ ୬୧୫୯ ଜଣ ପ୍ରାଣ ହରାଇଛନ୍ତି  । କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁର  ଅକ୍ସିଜେନ୍‌ ସପୋର୍ଟରେ ଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

ବିଶ୍ବବ୍ୟାପୀ ଦେଖାଦେଇଥିବା ମହାମାରୀ କୋଭିଡ୍-୧୯ର ପ୍ରକୋପ ଯୋଗୁଁ ବ୍ରାଜିଲ୍‌ର ଆମାଜନ ଅବବାହିକା ଏବଂ ଅନ୍ୟାନ୍ୟ ଅ‌ଞ୍ଚଳରେ ରହୁଥିବା ଆଦିମ ଅଧିବାସୀମାନେ ଲୋପ ପାଇଯିବାର ବିପଦ ସୃଷ୍ଟି ହୋଇଛି। ସେପଟେ ଯେଉଁ ଦେଶମାନଙ୍କରେ ବ୍ୟାପକ ଭାବେ “ବିସିଜି’ ଟିକାକରଣ ହୋଇଛି ସେଠାରେ କରୋନା ଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୬ଗୁଣ କମ୍ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ଭାରତରେ ବିସିଜି ଟିକାକରଣକୁ ସବୁବେଳେ ପ୍ରଧାନ୍ୟ ଦିଆଯାଉଥିବାରୁ ଭାରତ ଭଳି ଏକ ବିକାଶଶୀଳ ଦେଶ ପାଇଁ ଏହା ଖୁସୀ ଖବର ନିଶ୍ଟୟ ।

   Related Posts