Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

୩ଟି ସଟ୍‌ଡାଉନ୍‌ ଜିଲ୍ଲାର ଅପଡେଟ୍‌‌

25/04/2020 at 8:17 PM

ଭୁବନେଶ୍ବର୨୫/୪: କୋଲକାତା ଫେରନ୍ତାଙ୍କ ପାଇଁ ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଚେକ୍ ଦେବାକୁ ଗୁରୁବାର ରାତି ୧୦ଟାରୁ ୬୦ ଘଣ୍ଟା ପାଇଁ ଏହି ୩ ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ରଖିଛନ୍ତି ଓଡ଼ିଶା ସରକାର । ଠାଏଁ ଠାଏଁ ବ୍ୟାରିକେଡ୍‌ ସାଙ୍ଗକୁ ତିନି ଜିଲ୍ଲାରେ ପଇଁତରା ମାରୁଛି ପୋଲିସ । ଲୋକେ ଘରେ ରହିଥିବା ବେଳେ ବାହାରୁ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ନମୁନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଯାଉଛି ।

ରାସ୍ତାଘାଟ ଶୂନଶାନ୍ । ଠାଏଁ ଠାଏଁ ପୋଲିସ । ସାଇରନ୍‌ ସାଉଣ୍ଡରେ କମ୍ପୁଛି ରାସ୍ତା । ସହରର ଚରମ୍ପା, ରାଜଘାଟ ଛକ, ବନ୍ତ ଛକ, ଆରଡ଼ି ଛକ, ବାଇପାସ ଛକରେ ବ୍ୟାରିକେଡ଼ କରି ପୋଲିସ କଡା ତନଖି କରୁଛି । କେବଳ ଜରୁରୀ କାର୍ଯ୍ୟରେ ପରିଚୟ ପତ୍ର ଦେଖାଇଲେ ହିଁ ସହର ମଧ୍ୟକୁ ମିଳୁଛି ଏଣ୍ଟ୍ରି । ଖୋଦ୍‌ ଏସ୍‌ପି ସହର ମଧ୍ୟରେ ସ୍ଥିତି ଅନୁଧ୍ୟାନ ପାଇଁ କଡା ପଇଁତରା ମାରୁଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ ୧୬ ଜଣ ଆକ୍ରାନ୍ତ ଚି଼ହ୍ନଟ ହେଲେଣି ।

ନୂତନ ଭାବେ ଧାମନଗର, ତିହିଡି ବ୍ଲକରୁ ୪ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।  ଫଳରେ ଆଜି ଧାମନଗରରେ କଲ୍ୟାଣୀ, ଆନନ୍ଦପୁର ଓ ସୋହଡା ପଞ୍ଚାୟତକୁ କଣ୍ଟେନମଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି ତିହିଡି ବ୍ଲକ୍‌ରେ ବାମନବିନ୍ଧା ଓ କାଁ ପଡା ପଞ୍ଚାୟତକୁ କଣ୍ଟନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି । ଜିଲ୍ଲାର ବାସୁଦେବପୁର, ଭଣ୍ଡାରିପୋଖରୀ, ତିହିଡି, ଧାମନଗର ବ୍ଲକର ମୋଟ ୧୮ଟି  ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । କଲିକତା ଫେରନ୍ତା ଜିଲ୍ଲା ପାଇଁ ମୁଣ୍ଡବିନ୍ଧା ପାଲଟିଥିବା ବେଳେ  କେବଳ ଧାମନଗର ବ୍ଲକର ୩୧ ପଞ୍ଚାୟତରେ ୫୩୨ କଲିକତା ଫେରନ୍ତା ଲୋକ ଅଛନ୍ତି  । ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କ ସ୍ବାବ୍‌ ସଂଗ୍ରହ ସରିଛି ।

ସେହିପରି ଯାଜପୁର ଜିଲ୍ଲା ରେ କରୋନା ପଜିଟିଭ ବୃଦ୍ଧି ପାଉଥିବା ବେଳେଏହା ର ମୁକାବିଲା ପାଇଁ ପ୍ରଶାସନ ର ଉଦ୍ୟମ ଜାରି ରହିଛି ।ସଟ ଡାଉନ କୁ ପାଳନ କରିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି । କଲିକତାରୁ ସାତଶହରୁ ଉର୍ଦ୍ଧ୍ବ ଲୋକ ଗାଁକୁ ଫେରିଛନ୍ତି ।ସେମାନେ ଜିଲ୍ଲା ପ୍ରଶାସନକୁ ନ ଜଣାଇ ଲୁଚି ରହିଛନ୍ତି । ଯାଜପୁର, ଦଶରଥପୁର ଓ କୋରାଇ ଅଂଚଳ ର ଲୋକେ କୋଲକତା ରୁ ଆସିଛନ୍ତି ବୋଲି ସୂଚନା ମିଳିଛି । ସେହିପରି ଯାଜପୁର, କୋରାଇ, ଦଶରଥପୁରର ୧୬ ଜଣ କ୍ଵାରେଣ୍ଟାଇନ ନିୟମ ଭାଙ୍ଗି ବାହାରେ ବୁଲୁଥିବା ଜଣା ପଡ଼ିଛି । ଯେଉଁମାନେ ନିୟମକୁ  ନମାନି ପଞ୍ଜିକରଣ କରୁନାହାନ୍ତି ସେମାନଙ୍କୁ ଜିଲ୍ଲାପାଳ ଓ  ଏସ୍‌ପି ଚରମ ବାଣୀ ଶୁଣାଉଛନ୍ତି । ସ୍ଵଇଚ୍ଛାରେ ରେଜିଷ୍ଟ୍ରେସନ ନକଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ କରାଯିବ !  ଏବେ ସୁଦ୍ଧା କଲିକତା ଫେରନ୍ତା ୫୨ ଜଣଙ୍କର ସ୍ବାବ୍ ଟେଷ୍ଟିଂ  ପାଇଁ ପଠା ଯାଇଥିବା ବେଳେ ଅନ୍ୟମାନଙ୍କୁ ଟ୍ରେସିଂ କରାଯାଉଛି।

ସେହିପରି ବାଲେଶ୍ବରରେ ଗତକାଲି ୩ ଶହ ଲୋକଙ୍କର ନମୁନା ସଂଗ୍ରହ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେପଟେ ନୀଳଗିରି ବ୍ଲକର ରାଜବରହମ୍‌ପୁର ଅଞ୍ଚଳରେ ଚିହ୍ନଟ ହୋଇଥିବା ଦୁଇ ବର୍ଷର ଶିଶୁ କନ୍ୟାର ପିତାମାତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ଯାହା ନିଶ୍ଚିତ ରୂପେ ଏକ ଆଶ୍ବାସନାର ବିଷୟ । ବାଲେଶ୍ବରରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦ରେ ପହଞ୍ଚି ଥିବାରୁ ଜିଲ୍ଲାବାସୀ ସଟ୍‌ଡାଉନ୍‌କୁ  ବେଶ ଗୁରୁତର ସହିତ ନେଇଛନ୍ତି । ଆସନ୍ତାକାଲି ସକାଳ ୧୦ରେ ୩ ଜିଲ୍ଲାରୁ ସଟ୍‌ଡାଉନ୍‌ ହଟିବ ।

   Related Posts