ଆଜି ଲଞ୍ଚ ହେବ ଶବ୍ଦ ନିୟନ୍ତ୍ରିତ ଏସୟୁଭି କାର୍ : କମ୍ ମୂଲ୍ୟରେ ମିଳିବ ଅନେକ ସୁବିଧା

Published By : Prameya-News7 Bureau | May 15, 2019 IST

ନୂଆଦିଲ୍ଲୀ ୧୫/୫: ଦେଶର ପ୍ରଥମ ଶବ୍ଦ ନିୟନ୍ତ୍ରିତ ହେଉଥିବା ମାରିସ୍ ଗେରାଜ ଅର୍ଥାତ୍ ଏମଜି ମୋଟର୍ସର ପ୍ରଥମ ଏସୟୁଭି ହେକ୍ଟର ଆଜି ଲଞ୍ଚ ହେବ। ଏମଜିର ଏହା ପ୍ରଥମ ଏସୟୁଭି ହେବ,ଯାହା ଭାରତରେ ଲଞ୍ଚ ହେବ। ଏହି ଏସୟୁଭିରେ ୨.୦ଲିଟର ଫିଏଟର ଡିଜେଲ୍ ଇଞ୍ଜିନ୍ ହେବ,ଏହାର ଡୁଆଲ କ୍ଲଚ୍ ସହ ପେଟ୍ରୋଲ୍ ଇଞ୍ଜିନ୍ ଲଞ୍ଚ କରାଯିବ। ଲଞ୍ଚିଙ୍ଗ୍ ପୂର୍ବରୁ ହେକ୍ଟରର ଫଟୋ ଲିକ୍ ହୋଇଛି।

{"id":112123,"width":596,"height":335}

ଆଜି ଲଞ୍ଚ ହେବାକୁ ଥିବା ହେକ୍ଟର ଏବେ ଯାଏଁ କେବଳ ଦୁଇ ପ୍ରକାରର ସ୍ପଟ୍ କରାଯାଇଛି। ଟପ୍ ଭାରିଏଣ୍ଟରେ ଏକ୍ସଟିରିୟରରେ କେତେକ ସ୍ଥାନରେ କ୍ରୋମ୍ ଫିନିଶ୍ ମିଳିବ। ଲୋୟର ଭାରିଏଣ୍ଟରେ ଗ୍ରିଲ,ଲୋଅପ୍ ବମ୍ପର ଏବଂ ଓ୍ବିଣ୍ଡୋ ଲାଇନରେ ସିଲଭର ଟଚ୍ ମିଳିବ। ଲୋୟର ଭାରିଏଣ୍ଟରେ ସିଙ୍ଗଲ୍ ଟୋନ୍ ଅଲାୟ ମିଳିବ,ବାକି ଟପ୍ ଭାରିଏଣ୍ଟରେ ଡୁଆଲ ଟୋନ୍ ଅଲାୟ ରହିବ। ଲୋୟର ଭାରିଏଣ୍ଟରେ ବ୍ଲାକ୍ ହେକ୍ସାଗୋନାଲ୍ ମେଶ୍ ଗ୍ରୀଲ୍ ମିଳିବ। ଏହା ବ୍ୟତୀତ ପ୍ରୋଜେକ୍ଟର ହେଡଲାଇଟ୍,ଏଲଇଡି ଡେ ଲାଇ,ରୁଫ ରେଲସ,ଓଆରଭିଏମ୍ ଏବଂ ଇଣ୍ଟିଗ୍ରେଟେଡ ଟର୍ଣ୍ଣ ସିଗନାଲ୍ ମିଳିବ।

{"id":112124,"width":593,"height":394}

ଇଞ୍ଜିନ୍ କଥା କହିବା ଯଦି ଏଥିରେ ୨.୦ଲିଟର ମଲଟିଜେଟ୍ ଡିଜେଲ୍ ଇଞ୍ଜିନ୍ ମିଳିବ,ଯାହା ୧୭୩ ପିଏସର ପାଓ୍ବାର ଏବଂ ୩୫୦ଏନଏମ୍ ଟର୍କ ଦେଇଥାଏ। ଏଥିରେ ୬ସ୍ପିଡ ମ୍ୟାନୁଏଲ୍ ଟ୍ରାନ୍ସମିଶନ୍ ମିଳିଥାଏ। ପେଟ୍ରୋଲ୍ ଇଞ୍ଜିନ୍ ୧.୫ଲିଟର ଟର୍ବୋଚାର୍ଜଡ ୟୁନିଟ୍ ସହ ମିଳିବ,ଯାହା ୧୪୩ପିଏସ ପାଓ୍ବାର ଏବଂ ୨୫୦ଏନଏମର ଟର୍କ ଦେବ। ପେଟ୍ରୋଲ୍ ମୋଟର ସହ ଡିସିଟି ଅର୍ଥାତ୍ ଡୁଆଲ କ୍ଲଚ୍ ଟ୍ରାନ୍ସମିଶନର ଫିଚର ମିଳିବ। ପେଟ୍ରୋଲ୍ ଇଞ୍ଜିନ୍ ସହ ସେମି ହାଇବ୍ରିଡ ସିଷ୍ଟମ୍ ମଧ୍ୟ ମିଳିବ।  

{"id":112125,"width":595,"height":334}

ଫିଚର୍ସ କଥା କହିବା ଯଦି ତେବେ ଏଥିରେ ଏମରଜେନ୍ସି କଲସ,୧୭ଇଞ୍ଚର ଟାୟାର,ବେହିକଲ ଷ୍ଟାଟସ୍,ସନରୁଫ,ଟେଲଗେଟ ଏବଂ ଡୋର ଲକ୍ ପାଇଁ ରିମୋର୍ଟ କଣ୍ଟୋଲ୍ ଭଳି ଫିଚର ମିଳିବ। ଏହା ସହିତ ୩୬୦ଡିଗ୍ରୀର କ୍ୟାମେରା,ଅଟୋ ଇ-ନାଇଟ ଲାଇଟ ଆଇଆରଭିଏମ,୭ଇଞ୍ଚ ଫୁଲ ଡିଜିଟାଲ ଇଷ୍ଟୃମେଣ୍ଟ କ୍ଲଷ୍ଟର ଏବଂ ବଡ଼ ସନରୁଫ ଭଳି ଫିଚର ମିଳିବ। ଏଥିରେ ଆହୁରି ଅନେକ ବିଶେଷତ୍ବ ରହିବ ଯାହା ୬୦ଲକ୍ଷ ମୂଲ୍ୟର କାରରେ ମିଳିଥାଏ।

{"id":112126,"width":594,"height":334}

ଏମଜି ହେକ୍ଟରର ମୂଲ୍ୟ କଥା କହିବା ଯଦି ତେବେ ଏହାର ମୂଲ୍ୟ ୧୮ରୁ ୨୦ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.