‘ଗୋ ଗୋଆ ଗନ୍ ୨’ର ଫାଇନାଲ ଘୋଷଣା…୨୦୨୧ରେ ରିଲିଜ ହେବ ଏହି ସବୁ ଦମ୍‌ଦାର ଫିଲ୍ମ

Published By : Prameya-News7 Bureau | January 15, 2020 IST

ମୁମ୍ବାଇ୧୫|୧: ୨୦୧୩ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ଗୋ ଗୋଆ ଗନ୍‌’ ବକ୍ସ ଅଫିସରେ କିଛି ଖାସ କମାଲ କରିନଥିଲା ସତ ହେଲେ ଫିଲ୍ମଟି ବେଶ ପପୁଲାର ହୋଇଥିଲା। ଏଥିପାଇଁ ଫିଲ୍ମର ନିର୍ମାତାମାନେ ଏହାର ସିକ୍ବାଲ ତିଆରି କରିବାର ଘୋଷଣା କରିଛନ୍ତି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ଦିନେଶ ଭିଜାନ୍‌। ‘ଗୋ ଗୋଆ ଗନ୍‌ ୨’ର ଶୁଟିଂ ଚଳିତ ବର୍ଷ ସେପଟେମ୍ବର ମାସରେ ଆରମ୍ଭ ହେବ ବୋଲି କୁହାଯାଉଛି। ଏହାର ଖାସ କଥା ଏହା ହେଉଛି ଯେ, ଫିଲ୍ମର କାହାଣୀ ଯେଉଁଠି ସରିଥିଲା, ସିକ୍ବାଲ ସେଉଠୁ ଆରମ୍ଭ ହେବ। ଧର୍ଶକ ଏହି ଫିଲ୍ମ ରିଲିଜ ନେଇ ବେଶ ଉତ୍ସାହିକ ଅଛନ୍ତି।

ତେବେ ୨୦୨୧ ମସିହାରେ ଅନେକ ବଲିଉଡ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହି ସବୁ ଦମ୍‌ଦାର ଫିଲ୍ମ ଗୁଡିକ ଉପରେ ନଜର ପକାନ୍ତୁ।

{"id":211580,"sizeSlug":"large"}

 ମିଷ୍ଟର ଲେଲେ- ୨୦୨୧ ମସିହା ଜାନୁଆରୀ ମାସରେ ବରୁନ ଧୱନଙ୍କ ଫିଲ୍ମ ମିଷ୍ଟର ଲେଲେ ରିଲିଜ ହେବ। ଧର୍ମା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମ ତିଆରି ହେବ। ସଶାଙ୍କ ଖେତାନ ମିଷ୍ଟର ଲେଲେ ଫିଲ୍ମର ନିର୍ଦ୍ଦେଶନା ଦେବେ।

{"id":211581,"sizeSlug":"large"}

ବେଲ୍‌ ବଟମ୍‌- ୨୦୨୧ ମସିହାର ଗଣତନ୍ତ୍ର ଦିବସରେ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ୍‌ ବଟମ୍‌ ରିଲିଜ ହେବ। ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହେବ। ରଞ୍ଜିତ ତିୱାରି ଫିଲ୍ମର ନିର୍ଦ୍ଦେଶନା ଦେବେ।

{"id":211582,"sizeSlug":"large"}

କଭି ଇଦ୍‌ କଭି ଦିୱାଲି- ନିକଟରେ ସଲମାନ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି। ଏହି ଫିଲ୍ମର ନାଁ ହେଉଛି କଭି ଇଦ୍‌ କଭି ଦିୱାଲି। ୨୦୨୧ ଇଦ୍‌ ଅବସରରେ ଏହି ଫିଲ୍ମ ରିଲିଜ ହେବ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ସାଜିଦ୍‌ ନାଡିୟାଡୱାଲା।

{"id":211583,"width":578,"height":434,"sizeSlug":"large"}

କିକ୍‌ ୨- ସାଜିଦ୍‌ ନାଡିୟାଡୱାଲା ଓ ସଲମାନ ଖାନଙ୍କ ଫିଲ୍ମ କିକ୍‌ ୨ ମଧ୍ୟ ୨୦୨୧ ମସିହାରେ ରିଲିଜ ହେବ। ଫିଲ୍ମର ତାରିଖ ଏଯାଏଁ ଫାଇନାଲ ହୋଇନାହିଁ।  

{"id":211584,"sizeSlug":"large"}

ଏହା ସହ ଦୀପିକା ପାଦୁକୋନ୍‌, ସିଦ୍ଧାନ୍ତ ଚର୍ତୁବେଦୀ ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ମଧ୍ୟ ୨୦୨୧ ମସିହା ଫେବୃଆରୀ ମାସ ୧୨ ତାରିଖରେ ରିଲିଜ ହେବ।  ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଶକୁନ ବତ୍ରା।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.