ଝିଅଙ୍କୁ ଘୋଡା ବନାଇଲେ ପପୁ ପମ୍‌ପମ୍, ପୁଣି ଫସିଲେ ବିବାଦରେ

Published By : Prameya-News7 Bureau | August 17, 2019 IST

ଭୁବନେଶ୍ବର ୧୭|୮: ଶସ୍ତା । ଅତି ଶସ୍ତା । ଗଣେଷ ପୂଜାରେ ରିଲିଜ୍ ହେବାକୁ ଯାଉଥିବା ଏକ ଓଡିଆ ଫିଲ୍ମର ଭାଇରାଲ୍ ଫୋଷ୍ଟରକୁ ଦେଖିଲେ ଏହା ହିଁ କହି ହେବ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି ।

ଏହି ଭାଇରାଲ୍ ପୋଷ୍ଟରର ଦୃଶ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ । ଏଥିରେ ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଛି । ଏହି ରଥର ଘୋଡ଼ା ଭାବେ ୭ ଜଣ ଯୁବତୀଙ୍କୁ ରଖାଯାଇଛି । ଯେଉଁମାନଙ୍କ ନିୟନ୍ତ୍ରଣ ପପୁ ପମପମଙ୍କ ହାତରେ ରହିଛି ।

ଏଭଳି ଶସ୍ତା ଚିତ୍ରଣକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏ ନେଇ ଏପର୍ଯ୍ୟନ୍ତ ପପୁ ପମପମ କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ ।

ପୂର୍ବରୁ କାଷ୍ଟିଂକାଉଚ୍ ଲାଗି ବଦନାମ୍ ହୋଇଥିବା ପପୁ ପୁଣି ଥରେ ମହିଳାଙ୍କୁ ଅପମାନ କରିବା ଭଳି ପୋଷ୍ଟରରେ ଦେଖାଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.