ଭୂକମ୍ପର ଝଟକାରେ ଥରିଲା ଉତ୍ତରାଖଣ୍ଡ ମାଟି, ରିକ୍ଟର ସ୍କେଲରେ ତୀବ୍ରତା ୪.୬

Published By : Prameya-News7 Bureau | September 11, 2021 IST

ଉତ୍ତରାଖଣ୍ଡ ୧୧/୦୯ : ଆଜି ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି । ଜାଶିମାଠ ଠାରୁ ୩୧ କିଲୋମିଟର ଦୂରରେ ସକାଳେ ଘଟିଥିବା ଭୂକମ୍ପର କମ୍ପନ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟକ୍ଷତିର ଖବର ନାହିଁ ।

wp:html /wp:html

କୁହାଯାଉଛି ଯେ ଭୂକମ୍ପର ତୀବ୍ରତା ବହୁତ ଶକ୍ତିଶାଳୀ ଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା । ସକାଳ ୦୫.୫୮ରେ ଉତ୍ତରାଖଣ୍ଡର ଜାଶିମାଠର ୩୧ କିଲୋମିଟର ପଶ୍ଚିମ ଦକ୍ଷିଣରେ ରିଚର୍ ସ୍କେଲରେ ୪.୬ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.