ଦିଅର, ଭାଉଜ ଏବଂ ଚାକରାଣୀକୁ ହତ୍ୟା ଘଟଣାର ପର୍ଦାଫାଶ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

Published By : Prameya-News7 Bureau | February 09, 2019 IST

ସମ୍ଭଳ ୯/୨ : ଉତ୍ତର ପ୍ରଦେଶ ସମ୍ଭଳରେ ଜାନୁଆରୀ ୧୮ ତାରିଖରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି | ଅଭିଯୁକ୍ତ ଉପରେ ବହୁତ ଟଙ୍କା କରଜ ଥିଲା ଏବଂ ଏହି କରଜ ଟଙ୍କା ଶୁଝିବା ପାଇଁ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି |


ସୂଚନାଯୋଗ୍ୟ ଯେ, ଚୋନ୍ଦସି ଥାନା ଅନ୍ତର୍ଗତ ତେଜବାହାଦୁର କଲୋନୀରେ ଜଣେ ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟରଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଥିଲା | ଘରେ ଥିବା ୬୫ ବର୍ଷ ବୟସ୍କା ସନ୍ତୋଷ, ତାଙ୍କ ଦିଅର କେଶବ ଏବଂ ଚାକରାଣୀର ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ | ସ୍ଥାନୀୟ ଏଡିଜି ଏବଂ ଡ଼ିଆଇଜି ନିଜେ ଘଟଣାର ଯାଞ୍ଚ କରୁଥିଲେ | ପାଖାପାଖି ୧୫ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ | ଗିରଫ ହେବାପରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବା ସହ ହତ୍ୟାକାଣ୍ଡର କାରଣ କହିଥିଲା |

{"id":83534,"width":591,"height":444}


ଅଭିଯୁକ୍ତ କହିଥିଲା ଯେ, ତା'ଉପରେ ପାଖାପାଖି ଅଢେଇ ଲକ୍ଷ ଟଙ୍କା କରଜ ଥିଲା | ସେ ଯାହାଠାରୁ କରଜ ଟଙ୍କା ଆଣିଥିଲା ସେମାନେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର କହିବାରୁ ଅଭିଯୁକ୍ତ ଚିନ୍ତିତ ହୋଇପଡ଼ିଥିଲା | ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟରଙ୍କ ଭାଇ ଅଭିଯୁକ୍ତକୁ ପୂର୍ବରୁ ଜାଣିଥିଲା | ଥରେ ସେ ୧୬ ଲକ୍ଷ ଟଙ୍କା ବିଷୟରେ ଅଭିଯୁକ୍ତକୁ କହିଥିଲେ | ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟରଙ୍କ ଭାଇ କହିଥିଲେ ଯେ, ସେ ଝିଅମାନଙ୍କ ପାଇଁ ଏକ ହଷ୍ଟେଲ ତିଆରି କରିବେ ଏବଂ ହଷ୍ଟେଲରେ ଅଭିଯୁକ୍ତକୁ କାମ ଯୋଗାଇଦେବେ ବୋଲି କଥା ହୋଇଥିଲା |

ଏହା ଶୁଣିବା ପରେ ଅଭିଯୁକ୍ତ ଜାଣିସାରିଥିଲା ଯେ, ଅବସରପ୍ରାପ୍ତ ପୋଲିସ ଇନ୍ସପେକ୍ଟରଙ୍କ ଭାଇ ପାଖରେ ୧୬ ଲକ୍ଷ ଟଙ୍କା ଅଛି | ଟଙ୍କା ହଡପ କରିବ ପାଇଁ ସେ ଜାନୁଆରୀ ୧୮ ତାରିଖ ରାତିରେ ମଦ ପିଇ ପୋଲିସ ଇନ୍ସପେକ୍ଟରଙ୍କ ଘରକୁ ପଶିଥିଲା | ସେତେବେଳେ ବୟସ୍କ ପୋଲିସ ଇନ୍ସପେକ୍ଟରଙ୍କ ଭାଇ ଘରେ ଥିଲେ | ଅଭିଯୁକ୍ତ ତାଙ୍କ ସହ କଥାବାର୍ତ୍ତା କଲାବେଳେ ତା'ନଜର ଏକ ହାତୁଡି ଉପରେ ପଡିଥିଲା | ଅଭିଯୁକ୍ତ ହାତୁଡି ଆଣି ଇନ୍ସପେକ୍ଟରଙ୍କ ଭାଇଙ୍କୁ ପିଟି ପିଟି ହତ୍ୟା କରିଥିଲା | ହତ୍ୟା କରି ଦୌଡି ପଳାଇବା ପାଇଁ ଚେଷ୍ଟା କଲାବେଳେ ମହିଳା କୌଣସି ଏକ ଶବ୍ଦ ଶୁଣି ବାହାରକୁ ବାହାରି ଆସିଥିଲେ | ଫଳରେ ଅଭିଯୁକ୍ତ ପୋଲିସ ଅଫିସରଙ୍କ ସ୍ତ୍ରୀଙ୍କୁ ମଧ୍ୟ ହତ୍ୟା କରିଥିଲା | ଏସବୁ ଘଟଣା ଦେଖି ଘରେ ଥିବା ଚାକରାଣୀ ଡରି ଯାଇ ଚିତ୍କାର କରିବାରୁ ଅଭିଯୁକ୍ତ ଚାକରାଣୀକୁ ମଧ୍ୟ ଅତି ନୃଶଂସ ଭାବେ ହତ୍ୟା କରିଥିଲା |

{"id":83535,"width":583,"height":438}


ସମସ୍ତଙ୍କୁ ହତ୍ୟା କରିସାରିବା ପରେ ହତ୍ୟାକାରୀ ଘରେ ଟଙ୍କା ଖୋଜିଥିଲା କିନ୍ତୁ ତାକୁ ଘରୁ ମାତ୍ର ୨୧୦୦ ଟଙ୍କା ମିଳିଥିଲା | ସେହି ୨୧୦୦ ଟଙ୍କା ନେଇ ସେ ଟ୍ରେନ ଯୋଗେ ଦିଲ୍ଲୀ ପଳେଇଥିଲା | ପୋଲିସ ଅନେକ ଖୋଜାଖୋଜି ପରେ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.