ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି – ନିଜେ ପାଠ ପଢି ଘରକୁ ଫେରୁଛନ୍ତି ପିଲା, ହାଇସ୍କୁଲ ପିଲାଙ୍କୁ ପାର୍ଟଟାଇମ୍ ପଢାଉଛନ୍ତି ୟୁପି ସ୍କୁଲ୍ ଶିକ୍ଷକ

Published By : Prameya-News7 Bureau | December 21, 2019 IST

ସୁନ୍ଦରଗଡ ୨୧।୧୨ - ମାଟ୍ରିକ୍‌ ପରୀକ୍ଷାରେ ପିଲାଏ କେମିତି ଭଲ କରିବେ, ଯେତେବେଳେ ବିନା ଶିକ୍ଷକରେ ଚାଲିଛି ୨୫ଟି ହାଇସ୍କୁଲ । କଥାଟା ଅଜବ ଲାଗୁଥିଲେ ବି ସତ । ସୁନ୍ଦରଗଡ଼ ଜିଲ୍ଲାରେ ୨୫ଟି ହାଇସ୍କୁଲରେ ଶିକ୍ଷକ ନାହାନ୍ତି । ପିଲାମାନେ ସ୍କୁଲ ଆସୁଛନ୍ତି ଆଉ ନିଜେ ନିଜେ ପାଠ ପଢ଼ି ଘରକୁ ଫେରୁଛନ୍ତି ।

{"id":200693,"sizeSlug":"large"}

ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ସାଂଘାତିକ ସ୍ଥିତି । ବିନା ଶିକ୍ଷକରେ ଚାଲିଛି ୨୫ଟି ହାଇସ୍କୁଲ୍‌ । ବର୍ଷ ବର୍ଷ ଧରି ପିଲାମାନେ ସ୍କୁଲତ ଆସୁଛନ୍ତି, ହେଲେ ଶିକ୍ଷକ ନଥିବାରୁ ନିଜେ ନିଜେ ପାଠ ପଢ଼ି ଘରକୁ ଫେରୁଛନ୍ତି । ଏମିତିରେ ମାଟ୍ରିକ୍‌ ପରୀକ୍ଷାରେ ପିଲାଏ କେମିତି ଭଲ କରିବେ ?  ଯେତେବେଳେ ମାଟ୍ରିକ୍‌ରେ ଜିରୋ ରେଜଲ୍ଟ ହେଉଥିବା ସ୍କୁଲ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତୋଡ଼ ଦେଖାଉଛି, ସେତେବେଳେ ଗୋଟେ ଜିଲ୍ଲାରେ ବିନା ଶିକ୍ଷକରେ ୨୫ଟା ହାଇସ୍କୁଲ ଚାଲିବା ବିଭାଗର କାର୍ଯ୍ୟ ଶୈଳୀ ଓ ଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ।

{"id":200694,"sizeSlug":"large"}

  ତେବେ ଏସବୁ ସ୍କୁଲରେ ପିଲାମାନେ କେମିତି ପାଠ ପଢ଼ୁଛନ୍ତି ସେକଥା ଜାଣିଲେ ଆପଣ  ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ହାଇସ୍କୁଲ ପିଲାଙ୍କୁ ପାର୍ଟ ଟାଇମ୍‌ ପାଠ ପଢ଼ାଉଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ।

{"id":200695,"sizeSlug":"large"}

ଏଠି ପ୍ରାଥମିକ ସ୍କୁଲ ଶିକ୍ଷକଙ୍କୁ ହାଇସ୍କୁଲ ପାଠ ଜଣାନାହିଁ । ତଥାପି ଯେତିକି ପାରୁଛନ୍ତି, ସେତିକି ପଢ଼ାଉଛନ୍ତି । ଏମିତିରେ ଏହି ସବୁ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ, ସେକଥା ଆଉ କହିବା ଦରକାର ନାହିଁ । କିନ୍ତୁ ଗୋଟେ ଭଲ ଉଦେଶ୍ୟ ନେଇ ୨୦୦୯-୧୦ରୁ ରାଜ୍ୟରେ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପରିକଳ୍ପନା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଏସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇପାରି ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଯେତେବେଳେ  ଆମ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ବିଭାଗ ହାଇସ୍କୁଲସ୍ତରରେ ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶ ସହ ସ୍ମାର୍ଟ କ୍ଲାସ୍‌ ବ୍ୟବସ୍ଥା ଆରମ୍ଭ କରିଛି ସେତେବେଳେ ବର୍ଷ ବର୍ଷ ଧରି ଏସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତିକୁ ନେଇ ବିଭାଗ ଏତେ ଢ଼ିଲା କାହିଁକି ସେକଥା ବୁଝାପଡ଼ୁନି ।

{"id":200696,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.