Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସାମ୍ବାଦିକ ରବିଶ କୁମାରଙ୍କ ବସ୍ ଉପରକୁ ଢେଲାମାଡ, ଏତଲାରେ ରହିଛି ପୋଲିସର କାର୍ଯ୍ୟାନୁଷ୍ଠାନ

7/02/2020 at 6:48 PM

ଗୋରଖପୁର ୭।୨: ସାମ୍ବାଦିକ ତଥା ଟିଭି ଆଙ୍କର ରବିଶ କୁମାର ଯାତ୍ରା କରୁଥିବା ଉତ୍ତରପ୍ରଦେଶ ରୋଡୱେଜ୍‌ର ଜନରଥ ବସ୍ ଉପରକୁ ଦୁର୍ବୃତ୍ତ ଢେଲାମାଡ କରିଛନ୍ତି । ଗତ ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଏହି ଆକ୍ରମଣ ହୋଇଥିଲା। ବସ୍ କୁସମାହୀ ଜଙ୍ଗଲ ନିକଟରେ ପହଞ୍ଚିଥିବା ବେଳେ ଦୁର୍ବୃତ୍ତ ବସ୍ ଉପରକୁ ଢେଲାମାଡ କରିଥିଲେ। ବସ୍ ଚାଳକଙ୍କ ଅଭିଯୋଗ ଆଧାରରେ କେଣ୍ଟ ପୋଲିସ ଅଜ୍ଞାତ ଲୋକଙ୍କ ବିରୋଧରେ ଏକ ଏତଲା ରୁଜୁ କରିଛି।

ଘଟଣା ନେଇ ରବିଶ କୁମାର ତାଙ୍କ ଫେସବୁକ୍‌ରେ ଫଟୋ ପୋଷ୍ଟ  କରିବା ସହ ଏକ ପତ୍ର ବି ଲେଖିଛନ୍ତି। ଯେଉଁଥିରେ ସେ ଘଟଣା ବେଳର ପରିସ୍ଥିତି ଓ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚିତ କରିଛନ୍ତି। ତେବେ ତମାମ ଘଟଣାରୁ ଆକ୍ରମଣକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ କେବଳ ଏତଲାରେ ସୀମିତ ଥିବା ଜଣାପଡିଛି। ଆକ୍ରମଣକାରୀ କିଏ, ସେମାନଙ୍କ ଉଦ୍ଦେଶ୍ୟ କଣ ଥିଲା  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ରବିଶ କୁମାରଙ୍କ ସୂଚନା ଅନୁସାରେ ସେ ଉତ୍ତରପ୍ରଦେଶ ପରିବହନ ନିଗମ ବାତାନୁକୂଳିତ ବସ୍ ‘ଜନ ରଥ’ରେ ସେ ଦେବରିଆରୁ ଲକ୍ଷ୍ନୌ ଯାତ୍ରା କରିବା ବେଳେ ରାସ୍ତାରେ ଏହି ଘଟଣା ଘଟିଥିଲା। ଚୌରିଚୌରା ଢାଲୁର ପ୍ରାୟ ୨ କିଲୋମିଟର ପୂର୍ବରୁ ରାସ୍ତା ଜାମ୍ ହୋଇଯାଇଥିଲା। ରାତି ପ୍ରାୟ ୧୧ଟା ବେଳେ ଚୌରିଚୌରା ଢାଲୁ ଖୋଲିବାରୁ ବସ୍ ଆଗକୁ ବଢିଥିଲା। ତେବେ ବସ୍ କୁସମହୀ ଜଙ୍ଗଲଆଡକୁ ମୋଡିବାର କିଛି ସମ ପରେ ପଛରୁ ଏକ ଏସୟୁଭି ଓ ଏକ ମୋଟର ସାଇକେଲ ହର୍ଣ୍ଣ ବଜାଇ ବସକୁ ଅଟକାଇବାକୁ ଉଦ୍ୟମ କରିଥିଲେ।

ହେଲେ ଡ୍ରାଇଭରର ସନ୍ଦେହ ହେବାରୁ ସେ ବସ୍‌କୁ ନ ରୋକି ଆଗକୁ ଚଳାଇଥିଲେ। ଏଥିରେ ମୋଟରସାଇକେଲ ଓ ଏସୟୁଭିରେ ବସିଥିବା ଲୋକେ ବସ୍ ଉପରକୁ ଟେକା ପଥର ମାଡ ଆରମ୍ଭ କରିଦେଇଥିଲେ। ଏହା ସତ୍ତ୍ୱେ ଡ୍ରାଇଭର ବସ୍‌କୁ ନ ରୋକି ଆଗକୁ ଚଳାଇଥିଲେ। ଏଣୁ ଦୁର୍ବୃତ୍ତଙ୍କ ଢେଲା ପଥର ମାଡରେ ସମ୍ପୂର୍ଣ୍ଣ ବସ୍‌ ଟି ଭାଙ୍ଗିଯାଇଛି।  ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣ ବେଳେ ବସ୍ ଯାତ୍ରୀମାନେ  ନିଜନିଜ ଫୋନରୁ ୧୧୨କୁ ଲଗାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହା ଲାଗି ନଥିଲା। ତେବେ ନିଜେ ରବିଶ କୁମାର ଯେତେବେଳେ ଗୋରଖପୁର ଏସଏସପିଙ୍କୁ ଫୋନ କଲେ ସେତେବେଳେ ତାଙ୍କର ପିଆରଓ ଫୋନ ଉଠାଇଲେ।

ଘଟଣା ନେଇ ପିଆରଓ ଚୌରିଚୌରା ଥାନାକୁ ଜଣାଇଥିଲେ। ଓଆଇସି ଫୋନ କରିବା ବେଳକୁ ବସ୍ ଖୋରାବାର ପହଞ୍ଚିସାରିଥିଲା। କୁସମହୀ ଜଙ୍ଗଲ ନିକଟରୁ ପ୍ରାୟ ୧୦ କିଲୋଟମିର ରାସ୍ତା ଯାତ୍ରୀ ବସ୍‌ର ସିଟ ତଳେ ଲୋଟି ଯାତ୍ରା କରିଥିଲେ। ଏଥିରେ ରବିଶକୁମାରଙ୍କ ସମେତ କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଘଟଣା ନେଇ ଉତ୍ତରପ୍ରଦେଶର ବିଭିନ୍ନ ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଖୋଜି ପାଇନି ପୋଲିସ। ୟୁପି ଗୋରଖପୁରରେ ଏପରି ଗୋଷ୍ଠୀଗତ ଆକ୍ରମଣ କିଛି ନୂଆ କଥା ନୁହେଁ । ଜିଲ୍ଲାରେ ଏବେ ଆଇନଶୃଙ୍ଖଳା ଓ ଏଥିରେ ପୋଲିସର କାର୍ଯ୍ୟାନୁଷ୍ଠାନ କିପରି ତାହା ରବିଶଙ୍କ ଏହି ଚିଠିଟି ବୟାନ କରୁଛି।

   Related Posts