ୟୁପିରେ ବୁଆ - ବବୁଆ ଏକାଠି : ବିଜେପି କହିଲା ବେଶି ଦିନ ତିଷ୍ଟବନି ଏ ମେଣ୍ଟ

Published By : Prameya-News7 Bureau | January 12, 2019 IST

ବିଜେପିକୁ ଚେକ୍ ଦେବା ପାଇଁ ଏକାଠି ହେଲେ ବୁଆ-ବବୁଆ । ଆଜି ବିଧିବଦ୍ଧ ଭାବେ ୫୦-୫୦ ମେଣ୍ଟର ଘୋଷଣା କରିଛନ୍ତି ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ଉଭୟ ୩୮ଟି ଲେଖାଏଁ ଆସନରେ ଲଢ଼ିବା ସହ କଂଗ୍ରେସ ପାଇଁ ୨ଟି ଏବଂ ଅନ୍ୟ ଦଳ ପାଇଁ ୨ଟି ଆସନ ଛାଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଲକ୍ଷ୍ୟ କରି ମାୟାବତୀ କହିଛନ୍ତି ଯେ, ଏଣିକି ଗୁରୁ ଶିଷ୍ୟଙ୍କର ନିଦ ହଜିଯିବ । ହେଲେ ବିଜେପି କହିଛି ଏହି ମେଣ୍ଟ ବେଶି ଦିନ ତିଷ୍ଠିବନି ।…

ବୁଆ -ବବୁଆ ଏକାଠି ।.. ବିଜେପିକୁ ଚେକ୍‌ ଦେବା ପାଇଁ ୨୫ ବର୍ଷ ପରେ ଏକାଠି ଏସ୍‌ପି-ବିଏସ୍‌ପି । ୧୯ ନିର୍ବାଚନରେ ଉତ୍ତର ପ୍ରଦେଶରେ ୫୦-୫୦ ଫର୍ମୂଲାରେ ଲଢ଼ିବାକୁ ଘୋଷଣା କରିଛନ୍ତି ଦୁଇ ଦଳ । ୮୦ ଲୋକସଭା ଆସନରୁ ଉଭୟ ୩୮ଟି ଲେଖାଏଁରେ ଲଢିବେବରେଲି ଓ ଆମେଥି ଆସନକୁ କଂଗ୍ରେସ ପାଇଁ ଛାଡିଥିବା ବେଳେ ବାକି ଦୁଇଟି ଆସନ ଛାଡିଛନ୍ତି ଅନ୍ୟଦଳ ପାଇଁ । ଲକ୍ଷ୍ନୌରେ ଏହି ଘୋଷଣା କରିଛନ୍ତି  ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଏବଂ ସମାଜବାଦୀ ସୁପ୍ରିମୋ ଅଖିଳେଶ ଯାଦବ । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆକ୍ଷେପ କରି ମାୟାବତୀ କହିଛନ୍ତି ଯେ, ଏହି ମେଣ୍ଟ ଗୁରୁ ଚେଲାଙ୍କର ନିଦ ହଜାଇ ଦେବ। ସେପଟେ ମାୟାବତୀ ପ୍ରଧାନମନ୍ତ୍ରୀ ହେବା ପ୍ରସଙ୍ଗରେ ଅଖିଲେଶ କହିଛନ୍ତି ଯେ, ସବୁ ସମୟରେ ଉତ୍ତରପ୍ରଦେଶ ଦେଶକୁ ପ୍ରଧାନମନ୍ତ୍ରୀ ଦେଇଛି। ଏଠାରୁ ପୁଣି ଥରେ ଆଉ ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେ ଚାହାଁନ୍ତି ।…

ୟୁପିରେ କଂଗ୍ରେସର ବିଶେଷ ଭୋଟ୍ ନାହିଁ । ମେଣ୍ଟକୁ ଫାଇଦା ମିଳିବନି, ତେଣୁ କଂଗ୍ରେସକୁ ବାଦ ଦିଆଯାଇଛି । ତେବେ ଗାନ୍ଧୀ ପରିବାରର ପାରମ୍ପରିକ ଗଡ଼ରେ ଉଭୟ କୌଣସି ପ୍ରାର୍ଥୀ ଦେବେନାହିଁ ବୋଲି ସ୍ଥିର କରିଛନ୍ତି । ଉଭୟ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିଶେଷ କିଛି ଫରକ ନାହିଁ । ଦୁଇ ଦଳର ନୀତି ଏକାପ୍ରକାରର। ଉଭୟ ଏକଛତ୍ରବାଦରେ ବିଶ୍ବାସ କରନ୍ତି । ଉଭୟଙ୍କ ଶାସନରେ ସାଧାରଣ ଜନତା ହଇରାଣ ହରକତ ହେଉଥିବାର ଅଭିଯୋଗ କରିଛନ୍ତି ମାୟାବତୀ । ସେପଟେ ବିଜେପି କହିଛି ଏହି ମେଣ୍ଟ ବେଶୀ ଦିନ ତିଷ୍ଠିପାରିବନି ।…

ଉତ୍ତରପ୍ରଦେଶରେ ଏବେ ବିଜେପିର ୭୧ ସାଂସଦ ରହିଥିବା ବେଳେ ସମାଜବାଦୀ ପାର୍ଟିର , କଂଗ୍ରେସର ଏବଂ ଅପ୍ନା ଦଳର ଜଣ ସାଂସଦ ରହିଛନ୍ତି। ଏଠାରେ ଯେଉଁଦଳ ଭଲ ପ୍ରଦର୍ଶନ କରିବ, କେନ୍ଦ୍ରରେ ତାର ପ୍ରମୁଖ ଭୂମିକା ରହିବ। ତେଣୁ ଏବେ ସମସ୍ତଙ୍କର ନଜର ରହିଛି ଉତ୍ତର ପ୍ରଦେଶ ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.