ହାଥରସ୍ କେସ୍: ଏଡିଜି କହିଲେ- ଷଡଯନ୍ତ୍ର ରଚି ସରକାରଙ୍କୁ ବଦନାମ କରିବାକୁ ଚାଲିଛି ପ୍ରୟାସ

Published By : Prameya-News7 Bureau | October 05, 2020 IST

ଲକ୍ଷ୍ନୌ ୦୫।୧୦: ଉତ୍ତର ପ୍ରଦେଶର ପୋଲିସ ସୋମବାର ହାଥରସ ମାମଲାରେ ସାମ୍ଵାଦିକ ସମ୍ମିଳନୀ କରିଛି। ଏଡିଜି(ଆଇନ ଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଏକ ଷଡଯନ୍ତ୍ର ଆଧାରରେ ରାଜ୍ୟର ମାହୋଲ ବିଗାଡିବାକୁ ଚେଷ୍ଟା କରାଯାଉଛି। ଆମେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ କରୁଛୁ। ଅନେକ ଏଜେନ୍ସି ଏହି ମାମଲାରେ ଯାଞ୍ଚ କରୁଛନ୍ତି ବୋଲି ଏଡିଜି କହିଛନ୍ତି।

ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ହାଥରସରେ ପୀଡିତାଙ୍କ ଭାଇଙ୍କ ବୟାନ ଏବଂ ଏଫଆଇଆର ଆଧାରରେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଯାଇଛି। ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛନ୍ତି। ମାତ୍ର ରାଜ୍ୟରେ ଜାତିକୁ ନେଇ ହିଂସା ସୃଷ୍ଟ କରି ସରକାରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ସେଥିପାଇଁ ପୀଡିତାଙ୍କ ପରିବାରର ଘର ଆଖପାଖରେ ଗୁଜବ ପ୍ରଚାର କରାଯାଉଛି।

ହାଥରସ୍‌ ପୀଡିତାଙ୍କ ପରିବାର ସହ ନେତାଙ୍କ ସାକ୍ଷାତ ଉପରେ ଲାଗୁ ସମସ୍ତ ପ୍ରକାରର ପ୍ରତିବନ୍ଧକ ବିଷୟରେ ଏଡିଜି କହିଛନ୍ତି କୋଭିଡ୍ କାରଣରୁ ରାଜନୈତିକ ଦଳର ପାଞ୍ଚ ଜଣ ସଦସ୍ୟଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି। କିଛି ରାଜନୈତିକ ଦଳର କର୍ମକର୍ତ୍ତା ଗାଇଡ୍‌ଲାଇନ୍‌ର ଉଲ୍ଲଂଘନ କରିଛନ୍ତି। ଯେଉଁଥିପାଇଁ ପୋଲିସକୁ ହାଲୁକା ବଳ ପ୍ରୟୋଗ କରିବାକୁ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.