ପୋଲିସର ଅଜବ କାରନାମା: ନିଖୋଜ ମାମଲାରେ ଲେଖିଲା, 'ଦୁଇ ଦିନର ଶିଶୁ କାହାକୁ କିଛି ନ କହି ଘର ଛାଡି ଚାଲିଯାଇଛି'

Published By : Prameya-News7 Bureau | November 17, 2020 IST

ଆଗ୍ରା ୧୭/୧୧ : ଦୁଇ ଦିନର ଶିଶୁ ୫ ବର୍ଷ ହେଲା ନିଖୋଜ ଅଛି। କିନ୍ତୁ ପୋଲିସ ଏବେ ସୁଦ୍ଧା ଶିଶୁକୁ ଖୋଜି ପାରିନାହିଁ। ଉତ୍ତର ପ୍ରଦେଶ ପୋଲିସ ଶିଶୁକୁ ଖୋଜିବାରେ ଅସଫଳ ହୋଇଛି। ପୋଲିସ ରେକର୍ଡ ଅନୁସାରେ, ଦୁଇ ଦିନର ଏହି ଶିଶୁ ଘରୁ କାହାକୁ କିଛି ନ କହି ଚାଲିଯାଇଛି। ପୋଲିସ ନିଖୋଜ ଧାରା ଅନୁସାରେ ମାମଲା ରୁଜ୍ଜୁ କରିଛି। ଏହି ଲାଇନଟି ପଢି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ ଦୁଇ ଦିନର ଶିଶୁ ଘର ଚଡି କିପରି ଯିବ। କିନ୍ତୁ ମାମଲା ସତ। ପୋଲିସ ରେକର୍ଡ ଅନୁସାରେ, ଦୁଇ ଦିନର ଏହି ଶିଶୁ ନିଜେ ଘରୁ ଚାଲିଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଶିଶୁଟି କାହାକୁ କିଛି ନ କହି ଚାଲିଯାଇଛି। ଅର୍ଥାତ ଉତ୍ତର ପୋଲିସ ହିସାବରେ ଦୁଇ ଦିନର ଶିଶୁ କଥା ମଧ୍ୟ କହିପାରେ।

{"id":363061,"sizeSlug":"large"}

୨୦୧୦ ମସିହାରୁ ୨୦୨୦ ଜୁଲାଇ ୩୧ ତାରିଖ ଯାଏଁ ପୋଲିସ ଡାଟା କହୁଛି ଯେ ୧୦ ବର୍ଷରୁ କମ ବୟସର ୪୧ ଶିଶୁ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଦୁଇଜଣ ବାଳକ। ଏହି ତାଲିକା ଉପରେ ଭଲ ଭାବେ ଯଦି ଲକ୍ଷ୍ୟ କରାଯାଏ ତାହେଲେ ଜଣାପଡୁଛି ଯେ ୪୧ ମାମଲା ମଧ୍ୟରୁ ୩୭ ମାମଲାରେ ନିଖୋଜ ଥିବା ଶିଶୁ କିଛି ନ କହି ଘରୁ ଚାଲିଯାଇଛନ୍ତି। ୪ଟି ମାମଲାରେ ପୋଲିସ ଭିନ୍ନ ଭିନ୍ନ କାରଣ ଦର୍ଶାଇଛି। ଦୁଇ ଦିନର ଶିଶୁ ମଧ୍ୟ ଘରୁ କିଛି ନ କହି ଚାଲିଯିବା ମାମଲା ରୁଜ୍ଜୁ ହୋଇଛି। ଏହି ଅଜବ ଘଟଣା ସମ୍ପର୍କରେ ଆଉ ଏକ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ସୂତ୍ରରୁ ଜଣାପଡିଛି ଯେ ଏହି ଶିଶୁ  ଜିଲ୍ଲା ମହିଳା ହସ୍ପିଟାଲରୁ ନିଖୋଜ ହୋଇଯାଇଥିଲା। ଏନେଇ ଏମଏମ ଗେଟ ପୋଲିସ ଥାନାରେ ସୂଚନା ଦିଆଯାଇଥିଲା। ପୀଡିତ ପରିବାର ଶାହଗଂଜ ଥାନା ଅଞ୍ଚଳର। ଏଠାରେ ଆଉ ଏକ ପ୍ରଶ୍ନ ଉଠିଛି ଯେ ଦୁଇ ଦିନର ଶିଶୁ ଘରୁ ଗାୟବ ହେବାପରେ ମାମଲା ଶାହଗଂଜ ଥାନାରେ ରୁଜ୍ଜୁ ହେବା କଥା। କିନ୍ତୁ ମାମଲା ଏମଏମ ଗେଟ ଥାନାରେ କାହିଁକି ରୁଜ୍ଜୁ ହୋଇଥିଲା ?

{"id":363058,"sizeSlug":"large"}

ଚାଇଲ୍ଡ ରାଇଟ ଆକ୍ଟିଭିଷ୍ଟ ଏବଂ 'ସୁରକ୍ଷିତ ବଚପନ'ର ସହାୟକ ନରେଶ ପାରସ କହିଛନ୍ତି ଯେ ଛୋଟ ଶିଶୁ ନିଖୋଜ ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ ଯେ ୨୪ ଘଣ୍ଟା ମଧ୍ୟରେ ଅପହରଣ ରିପୋର୍ଟ ରୁଜ୍ଜୁ ହେବା ଉଚିତ। ତେବେ ଏହିସବୁ ମାମଲାରେ ଶିଶୁ ନିଖୋଜ ହେବାର ପ୍ରକୃତ କାରଣ ବା ଅସଲ କାରଣ ଲେଖାଯିବା ଉଚିତ। ଯେପରି ଏହିସବୁ ମାମଲାରେ କିଛି ରିସର୍ଚ୍ଚ ହେଲେ ଅସଲ କାରଣକୁ ଦୃଷ୍ଟିରେ ରଖି ତାର ଉପାୟ ବାହାର କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.