ବନ୍ଧୁକ ମୂନରେ ଗାଡି ଚେକିଂ କରୁଛି ପୋଲିସ : ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ

Published By : Prameya-News7 Bureau | June 25, 2019 IST

ବନ୍ଦାୟୁ ୨୫/୬ : ଉତ୍ତର ପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ପୋଲିସକର୍ମୀ ରାସ୍ତାରେ ଯାଉଥିବା ଲୋକଙ୍କୁ ବନ୍ଧୁକ ଦେଖାଇ ଗାଡି ଚେକିଂ କରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଗାଡି ଚେକିଂ ବେଳେ ଯାତ୍ରୀଙ୍କୁ ହାତ ଉପରକୁ ଉଠାଇବାକୁ କହୁଛନ୍ତି ପୋଲିସକର୍ମୀ । ବଜିରଗଞ୍ଜ ବଗେନ ଥାନା ଅଂଚଳରେ ରେକର୍ଡ କରାଯାଇଥିବା ଏହି ଭିଡିଓରେ ଥାନା ପ୍ରଭାରୀ ରାହୁଲ କୁମାର ଯାତ୍ରୀଙ୍କୁ ଧମକାଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଥାନା ଅଧିକାରୀ ଯାତ୍ରୀଙ୍କୁ କହୁଛନ୍ତି ହାତ ଉପରକୁ ଟେକ ଏବଂ ଗୋଡ ଛଡା କରି ଛିଡା ହୁଅ, ନଚେତ ଗୁଳି କରିଦିଆଯିବା ।

{"id":127124,"width":583,"height":329}

ସ୍ଥାନୀୟାଲୋକେ କହିଛନ୍ତି ଯେ, ପୋଲିସ ଏବେ ନିୟମିତ ଏହିଭଳି ଭାବେ ଚେକିଂ କରୁଛି । ଜଣେ କହିଛନ୍ତି ଯେ ପୋଲିସ ମହିଳାମାନଙ୍କୁ ମଧ୍ୟ ଛାଡୁନାହିଁ । ରାଜ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି କହିଛନ୍ତି ଗାଡି ଚଲାଇଲା ବେଳେ ପୋଲିସ ବନ୍ଧୁକ ଦେଖାଇ ଲୋକଙ୍କୁ ଅଟକାଉଛି ।  ପୋଲିସର ଏହି ଉପାୟ ଅପମାନଜନକ ଏବଂ ଭୟଙ୍କର ବୋଲି କହିଛନ୍ତି ବ୍ୟକ୍ତି ଜଣକ ।

wp:html
/wp:html

ବନ୍ଦାୟୁ ଅଂଚଳରୁ ବହୁ ମାତ୍ରାରେ ଅପରାଧିକ ମାମଲା ସାମ୍ନାକୁ ଆସିଥାଏ । ଅପରାଧୀଙ୍କ ଉପରେ ନଜର ରଖିବାକୁ ପୋଲିସମାନେ ସବୁବେଳେ ବନ୍ଧୁକ ବାହାରେ ରଖିଥାନ୍ତି । କେତେବେଳେ କେଉଁ ଗାଡିରେ ଅପରାଧୀ ଯାଉଥିବା ସେଥିପାଇଁ ପୋଲିସକର୍ମୀ ସବୁବେଳେ ସଜାଗ ରହୁଛନ୍ତି ବୋଲି କହିଛନ୍ତି ଜଣେ ପୋଲିସକର୍ମୀ । 

{"id":127125}

ବନ୍ଦାୟୁ ଏସଏସପି ଅଶୋକ ତ୍ରିପାଠୀ କହିଛନ୍ତି, ଅପରାଧୀଙ୍କୁ ଧରିବା ପାଇଁ ଏହା ଏକ ରଣନୀତି । ଅପରାଧିକ ମାନସିକତା ଲୋକେ ବେଳେବେଳେ ଗାଡି ଚେକିଂ ବେଳେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥାନ୍ତି । ସେଥିପାଇଁ ଏହି ଉପାୟ ଅବଲମ୍ବନ କରାଯାଇଛି । ମାମଲାର ତଦନ୍ତ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.