କଂଗ୍ରେସ ମୌନବ୍ରତ ଉପରେ ୟୁପି ପୋଲିସର କାର୍ଯ୍ୟାନୁଷ୍ଠାନ, ପ୍ରିୟଙ୍କାଙ୍କ ସମେତ ୫୦୦ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ

Published By : Prameya-News7 Bureau | July 17, 2021 IST

ଲକ୍ଷ୍ନୌ ୧୭।୭: ଜିପିଓ ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସର ଜାରି ‘ମୌନ ବ୍ରତ’ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି। ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଭଦ୍ରା, ପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁଙ୍କ ସମେତ ଅନୁନ୍ୟ ୫ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି। ହଜରତଗଞ୍ଜ କୌତୱାଲୀରେ ଏହି ମୋକଦ୍ଦମା ରୁଜୁ ହୋଇଛି। 

ପୋଲିସ ନିଷେଧାଦେଶର ଉଲ୍ଲଂଘନ, କରୋନା ପ୍ରୋଟକଲର ଉଲ୍ଲଂଘନ ସମେତ ବିଭିନ୍ନ ଧାରାରେ ଏହି ମୋକଦ୍ଦମା ରୁଜୁ ହୋଇଛି। ପ୍ରିୟଙ୍କା ଭଦ୍ରା ଶୁକ୍ରବାର ଜିପିଓ ଗାନ୍ଧିମୂର୍ତ୍ତି ତଳେ ମୌନ ଧାରଣା ଦେଇଥିଲେ। ତାଙ୍କର ଏହି ଧାରଣାରେ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ। ତେବେ ଏବାବଦେ ପୋଲିସ ରୁଜୁ କରିଥିବା ଏତଲାରେ ପ୍ରିୟଙ୍କାଙ୍କ ନାମ ନଥିବାର କୁହାଯାଉଛି।

{"id":482093,"sizeSlug":"large","linkDestination":"none"}

ପ୍ରିୟଙ୍କା ଶନିବାର ୟୁପିର ଲକ୍ଷ୍ମୀପୁର ଖୀରି ଅଞ୍ଚଳ ଗସ୍ତ କରିଛନ୍ତି। ଏହି ଅବସରରେ ଏଠାରେ ଗତ ପଞ୍ଚାୟତ ନିର୍ବାଚନ କାଳରେ ଅଭଦ୍ରତାର ଶିକାର ହୋଇଥିବା ମହିଳାଙ୍କୁ ଭେଟିବା ସହ ଦିନେ ନା ଦିନେ ପୀଡ଼ିତା ସୁରକ୍ଷିତ ଡିଏମଙ୍କ କାର୍ଯ୍ୟାଳୟକୁ ଯାଇ ତାଙ୍କର ପ୍ରାର୍ଥୀପତ୍ର ନିଶ୍ଚିତ ଦାଖଲ କରିପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନିର୍ବାଚନ କାଳରେ ଶାସକ ଦଳ ସମର୍ଥକ ମହିଳାଙ୍କ ଶାଢୀ ଭିଡି ତାଙ୍କୁ ଉଲଗ୍ନ କରିଦେଇଥିଲେ। ଫଳରେ ସେ ପ୍ରାର୍ଥୀ ପତ୍ର ଦାଖଲ କରି ନପାରି ଫେରିଥିଲେ। କେବଳ ପ୍ରାର୍ଥୀ ନୁହନ୍ତି ତାଙ୍କ ସମର୍ଥନରେ ଯାଇଥିବା ମହିଳାଙ୍କୁ ମଧ୍ୟ ସର୍ବସାଧାରଣରେ ଶାସକ ଦଳ ପ୍ରାର୍ଥୀଙ୍କ ଗୁଣ୍ଡା ନଗ୍ନ କରିଥିଲେ।

ତେବେ ଯେଉଁଠାରେ ଏଭଳି କାଣ୍ଡ ଘଟିଛି ନିର୍ବାଚନ ଅଧିକାରୀ ସେଠାକର ନିର୍ବାଚନ କିପରି ରଦ୍ଦ କରି ନାହାନ୍ତି ସେ ନେଇ ପ୍ରିୟଙ୍କା ପ୍ରଶ୍ନ ଉଠାଇଛନ୍ତି। ଏହା ଛଡା ଘଟଣାରେ ଜଡିତ ସମସ୍ତ ପକ୍ଷଙ୍କ ବିରୋଧରେ ପ୍ରିୟଙ୍କା ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଗୁଲ ଫୁଙ୍କିଛନ୍ତି। ଏଣୁ କଂଗ୍ରେସ ସମେତ ଅନ୍ୟ ଦଳମାନେ ରାଜ୍ୟରେ ବିରୋଧ, ଆନ୍ଦୋଳନ ଓ ଧାରଣା ମାଧ୍ୟମରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.