ହାଥରସ ମାମଲା: ପୀଡ଼ିତାଙ୍କ ପରିବାରର ସୁରକ୍ଷା ବଢ଼ିଲା, ଘରେ ଲାଗିଲା ସିସିଟିଭି କ୍ୟାମେରା, ସଦସ୍ୟଙ୍କ ସହ ରହିବେ ୨ ଜଣ ବଡିଗାର୍ଡ

Published By : Prameya-News7 Bureau | October 07, 2020 IST

ହାଥରସ ୦୭/୧୦: ବହୁ ଚର୍ଚିତ ହାଥରସ ଗଣଦୁଷ୍କର୍ମର ଶିକାର ପୀଡ଼ିତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇଛି ଉତ୍ତର ପ୍ରଦେଶ ପୋଲିସ୍। ସୁପ୍ରିମକୋର୍ଟରେ ମଙ୍ଗଳବାର ହୋଇଥିବା ଶୁଣାଣିରେ ହାଥରସ ପୀଡ଼ିତାଙ୍କ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠିଥିଲା। କୋର୍ଟ ୟୁପି ପୋଲିସକୁ ତାଗିଦ କରିଥିଲେ ଯେ ପୀଡ଼ିତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇବା ପାଇଁ। ୟୁପି ପୋଲିସ ମଧ୍ୟ ସୁପ୍ରିମକୋର୍ଟରେ ପୀଡ଼ିତାଙ୍କ ପରିବାରକୁ ସମୂଣ୍ର୍ଣ ସୁରକ୍ଷା ଯୋଗାଇବା ଭରସା ଦେଇଥିଲା।

ଏବେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏହା ଛଡ଼ା ଘର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଉଛି। ଏ ପାଇଁ ପରିବାର ଲୋକଙ୍କ ଅନୁମତି ମଧ୍ୟ ନିଆଯାଇଛି। ସବୁକିଛି ପଦକ୍ଷେପ ପ୍ରଶାସନ ତରଫରୁ ନିଆଯାଉଥିବା ସେମାନଙ୍କୁ କୁହାଯାଇଛି। ଏହା ସହ ୨୪ ଘଣ୍ଟା ପରିବାର ସଦସ୍ୟଙ୍କ ସହ ଦୁଇଜଣ ବଡ଼ି ଗାର୍ଡ ରହିବେ।

{"id":340104,"sizeSlug":"large"}

କେବଳ ଏତିକି ନୁହେଁ, ପୀଡ଼ିତାଙ୍କ ପରିବାରର ଘର ବାହାରେ ପିଏସିର ୧୮ ଯବାନଙ୍କୁ ମୁତୟନ କରାଯାଇଛି। ଘର ଭିତରେ ଦୁଇଜଣ କନଷ୍ଟେବଲ ଓ ୬ଣ ଅନ୍ୟ ଗାର୍ଡ ଅଛନ୍ତି। ସେଥିରେ ସାମିଲ ଅଛନ୍ତି ୪ଜଣ ପୁରୁଷ ଓ ଦୁଇଜଣ ମହିଳା।ଘରର ପ୍ରବେଶ ଦ୍ବାରରେ ୨ଜଣ ସବ-ଇନସେପ୍ଟକର ମଧ୍ୟ ମୁତୟନ ରହିବେ। ଏମାନେ ଘରକୁ ଯା’ଆସ କରୁଥିବା ଲୋକଙ୍କ ଉପରେ ଦୃଷ୍ଟି ରଖିବେ। ପ୍ରବେଶ ଦ୍ବାରରେ ମେଟଲ ଡିଟେକ୍ଟର ମଧ୍ୟ ଲଗାଯାଇଛି।

ସୂଚନାଯୋଗ୍ୟ ହାଥରସ ଗଣଦୁଷ୍କର୍ମ ମାମଲା​‌ ଚର୍ଚାର ପ୍ରସଙ୍ଗ ରହିବା ପରେ ପୀଡ଼ିତାଙ୍କ ଘରକୁ  ବିଭିନ୍ନ ରାଜନୈତିକ ଦଳ, ଗଣମାଧ୍ୟମ ପ୍ରତିନିଧି ଓ ସମାଜସେବୀଙ୍କ ଗହଳି ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.