ଜୁନ ୭ ରେ ସିଗ୍ନେଚନର ବିଲ୍ଡିଂକୁ ସ୍ଥାନାନ୍ତର ହେବ ୟୁପି ପୋଲିସ ମୁଖ୍ୟାଳୟ, ଜାଣନ୍ତୁ ଡିଜିଙ୍କ ନୂଆ କାର୍ଯ୍ୟାଳୟର ସୁଖ ସୁବିଧା

Published By : Prameya-News7 Bureau | June 06, 2019 IST

ଲକ୍ଷ୍ନୌ ୬।୬: ଉତ୍ତରପ୍ରଦେଶ ପୋଲିସକୁ ମିଳିବ ସରକାରଙ୍କ ଉପହାର। ଜୁନ ୭ ତାରିଖରେ ଗୋମତୀନଗର ଏକ୍ସଟେନସନର ଅଟଳ ଷ୍ଟାଡିୟମର ଠିକ ସମ୍ମୁଖରେ ସ୍ଥାପିତ ନୂଆ ସିଗ୍ନେଚପ ବିଲ୍ଡିଂକୁ ସ୍ଥାନାନ୍ତରିତ ହେବ ଡିଜିଙ୍କ କାର୍ଯ୍ୟାଳୟ। ୮୧୬.୩୧କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟଟିର ସୁଖ ସୁବିଧା କୌଣସି ତାରକା ହୋଟେଲଠୁ କମ୍ ନୁହେଁ। ଡିଜିପିଙ୍କ ନୂଆ ଅଫିସରେ ବ୍ୟକ୍ତିଗତ ଡାଇନିଂ ରୁମଠାରୁ ଆରମ୍ଭ କରି କନଫରେନ୍ସ ଏପରିକି ଲିଫ୍ଟ ମଧ୍ୟ ରହିଛି। ବିଲ୍ଡିଂର ନବମ ମହଲାରେ ଡିଜିପିଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ବାଲକୋନୀରେ ହୋଇଛି ସୁରମ୍ୟ ଉଦ୍ୟାନ ।

{"id":120293,"width":578,"height":348}

ୟୁପି ପୋଲିସର ନୂଆ ମୁଖ୍ୟାଳୟ ୪୦ ହଜାର ୧୭୮ ବର୍ଗମିଟର ପରିମିତ ଅଞ୍ଚଳ ଉପରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି ୪ଟି ଟାୱାର। ନୂଆ ବିଲ୍ଡିଂରେ ପୋଲିସର କୌଣସି ବଡ ଆୟୋଜନ ନିମନ୍ତେ ୫ଶହ ଆସନ ବିଶିଷ୍ଟ ଅଡିଟରିୟମ ଥିବା ବେଳେ ଗ୍ରାଉଣ୍ଡ ଫ୍ଳୋରରେ ରହିଛି ୟୁପି ପୋଲିସର ଇତିହାସକୁ ଦର୍ଶାଉଥିବା ବିଶାଳ ସଂଗ୍ରହାଳୟ। ଏହା ସହିତ ନୂଆ ମୁଖ୍ୟାଳୟରେ ସମ୍ପୂର୍ଣ୍ଣ ବାତାନୁକୁଳିତ କେଫେଟରିଆ ମଧ୍ୟ ରହିଛି। ଯେଉଁଥିରେ ଏକକାଳୀନ ୩୫୦ ଜଣ ପୋଲିସ କର୍ମଚାରୀ ବ୍ରେକଫାଷ୍ଟ, ଲଞ୍ଚ, ହାଇଟି  ଓ ଡିନର କରିପାରିବେ।

{"id":120294}

ଅତ୍ୟାଧୁନିକ ଭବନର ବିଦ୍ୟୁତ ଖର୍ଚ୍ଚ ନିୟନ୍ତ୍ରଣ ପାଇଁ ସମଗ୍ର ବିଲ୍ଟିଂ ଓ ମହଲାରେ ଗ୍ଲାସ ୟୁନିଟର ଉପଯୋଗ କରାଯାଇଛି। ଯାହାଦ୍ବାରା ଦିନରେ କାର୍ଯ୍ୟାଳୟର କାର୍ଯ୍ୟ ଲାଗି ଆଲୋକବତୀର ଆବଶ୍ୟକତା ରହିବ ନାହିଁ। କେବଳ ଏତିକି ନୁହେଁ ପୋଲିସ ମୁଖ୍ୟାଳୟକୁ ଅତ୍ୟାଧୁନିକ ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଛି। ସମଗ୍ର ବିଲ୍ଡିଂକୁ ୧୫୦ଟି ସିସିଟିଭି ସର୍ଭିଲିଆନ୍ସରେ ରଖାଯାଇଥିବା ବେଳେ ବିଭିନ୍ନ ପ୍ରବେଶ ମାର୍ଗରେ ୧୦ଟି ମେଟାଲ ଡିଟେକ୍ଟର ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.