Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଲକଡାଉନ୍ ସମୟରେ ଦେବଦୂତ ସାଜିଲେ ପୋଲିସ କର୍ମୀ, ଗରିବ ଶ୍ରମିକଙ୍କ ଘରେ ପହଁଚାଇଲେ ରାସନ ସାମଗ୍ରୀ

28/03/2020 at 4:11 PM

ଲକ୍ଷ୍ନୌ, ୨୮|୦୩ :   ଭାରତରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି । ଏବେସୁଦ୍ଧା ପ୍ରାୟ ୮୦୦ରୁ ଅଧିକ ବ୍ୟକ୍ତି ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି । ୨୦ଜଣ ପ୍ରାଣ ମଧ୍ୟ ହରାଇ ସାରିଲେଣି । ତେବେ ଏହି ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ଏପରିକି ଲୋକଙ୍କୁ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ଏହି ସମୟରେ ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ପୋଲିସ ଜଣେ ବ୍ୟକ୍ତିଙ୍କ ଘରେ ରାସନ ସାମଗ୍ରୀ ପହଁଚାଇବା ସହ ଏକ ଉଦାହରଣ ସୃଷ୍ଟି କରିଛି ।

ସୂଚନାନୁସାରେ, ହମୀରପୁର ଜିଲ୍ଲାର ଗୁଲାବ ନଗରରେ ଶୁଖଦେବ ସୋନୀ ପରିବାର ସହ ରୁହନ୍ତି । ସେ ଏକ ଦୋକାନରେ ଶ୍ରମିକ ଭାବେ କାମ କରନ୍ତି । ଲକଡାଉନ ବେଳେ ଦୋକାନ ବନ୍ଦ ହେବାରୁ ସେ କୌଣସି ରୋଜଗାର କରିପାରୁ ନଥିଲେ । ଶୁକ୍ରବାର ରାତିରେ ତାଙ୍କ ଘରେ କୌଣସି ରାସନ ସାମଗ୍ରୀ ନଥିଲା । ଏପରିକି କିଛି ଟଙ୍କା ମଧ୍ୟ ନଥିଲା । ଫଳରେ ସେ ୟୁପି ସରକାର ଜାରି କରିଥିବା ଟୋଲ ଫ୍ରି ନମ୍ବର ୧୧୨ କୁ ଡାଏଲ କରି ନିଜ ଅସୁବିଧା ବାବଦରେ କହିଥିଲେ ।

ଏହି ସୂଚନା ପାଇବା ପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ ମନୋଜ ଶୁକ୍ଲା ରାଠ ଥାନାକୁ ଜଣାଇଥିଲେ । ଏହାପର ଥାନା ଅଧିକାରୀଙ୍କ ନେତୃତ୍ୱରେ କନଷ୍ଟେବଳ ଉମାଶଙ୍କର ଶୁକ୍ଲା ଓ ଅଂଶଲ ଶୁଖଦେବଙ୍କ ଘରେ ରାସନ ସାମଗ୍ରୀ ପହଁଚାଇଥିଲେ । ଏହାସହ ଆବଶ୍ୟକ ହେଲେ ପୁଣିଥରେ ଯୋଗାଯୋଗ କରିବାକୁ ପୋଲିସ କର୍ମୀ ଦ୍ୱୟ ଶୁଖଦେବଙ୍କୁ କହିଥିଲେ । ଏହା ଶୁଣିବା ପରେ ଶୁଖଦେବଙ୍କ ପରିବା ପୋଲିସ ବାହିନୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ।

   Related Posts