ଟିଭି ଅଭିନେତାଙ୍କୁ ଲକଅପରେ ବନ୍ଦ କରି ସାରା ରାତି ପିଟିଲା ଉତ୍ତରପ୍ରଦେଶ ପୋଲିସ୍ : ଭର୍ତ୍ତି ହେଲେ ଆଇସିୟୁରେ

Published By : Prameya-News7 Bureau | May 19, 2019 IST

ଗାଜିଆବାଦ ୧୯/୫: ଉତ୍ତରପ୍ରଦେଶ ପୋଲିସ୍ ଜଣେ ଟିଭି ଅଭିନେତାଙ୍କୁ ଲକଅପରେ ବନ୍ଦ କରି ସାରା ରାତି ପିଟିଛନ୍ତି। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ। ମଇ ୧୨ତାରିଖ ଦିନ ଟିଭି ଅଭିନେତା ଅଂଶ ଅରୋରାଙ୍କ ଜଣେ ଷ୍ଟୋର କର୍ମଚାରୀଙ୍କ ସହ ଝଗଡ଼ା ହୋଇଥିଲା। ଏହି ଷ୍ଟୋର ଇନ୍ଦ୍ରାପୁରମଠାରେ ଅବସ୍ଥିତ। ଏହାପରେ ସେ ତାଙ୍କ ଭାଇଙ୍କ ସହ ସେହି ଷ୍ଟୋରକୁ କ୍ଷମା ମାଗିବାକୁ ଯାଇଥିଲେ। ସେଠାରେ ତାଙ୍କ ସାକ୍ଷାତ ଗାଜିଆବାଦ ପୋଲିସ୍ ଷ୍ଟେସନର କେ​‌ତେକ ଅଫିସରଙ୍କ ସହ ହୋଇଥିଲା।

{"id":113487,"width":597,"height":448}

ଏହି ଅଫିସରମାନେ ଅଂଶ ଏବଂ ତାଙ୍କ ଭାଇକୁ ତୁରନ୍ତ ନିଜ ହେପାଜତକୁ ନେଇଥିଲେ। ଏହାପରେ ପୋଲିସ୍ ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରି ଅଂଶ ଏବଂ ତାଙ୍କ ସାନ ଭାଇଙ୍କୁ ଲକଅପରେ ବନ୍ଦ ରଖିଥିଲେ ଏବଂ ସାରା ରାତି ବହୁତ ପିଟିଥିଲେ। ଅଂଶ ଅରୋରା ଟିଭି ସିରିୟଲ ‘କସମ ତେରେ ପ୍ୟାର କି’ରୁ ହିଟ୍ ହୋଇଥିଲେ। ଅଂଶଙ୍କ କେତେକ ଫଟୋ ମଧ୍ୟ ସାମନାକୁ ଆସିଛି। ତାଙ୍କ ଶରୀରରେ ଆଘାତ ଚିହ୍ନ ରହିଛି।

{"id":113490,"width":595,"height":334}

ଅଂଶ ୧୧ତାରିଖରେ ଏକ ଷ୍ଟୋରରୁ କିଛି ଜିନିଷ ଏବଂ ହଟଡଗ୍ ଅର୍ଡ଼ର କରିଥିଲେ। ଯେତେବେଳେ ସେ ବିଲ୍ ମାଗିଥିଲେ ଷ୍ଟାଫ ସବୁ କିଛି ରେଡି,କିନ୍ତୁ ହଟଡଗ୍ ପାଇଁ ଘଣ୍ଟାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଥିଲେ। ଏହାପରେ ଅଂଶ ତାଙ୍କୁ ସବୁ ଜିନିଷ କ୍ୟାନସଲ୍ କରିବାକୁ କହିଥିଲେ। କିନ୍ତୁ ଷ୍ଟାଫ୍ ଜଣକ ତାଙ୍କୁ ଭଲ ଭାବେ ଉତ୍ତର ଦେଉନଥିଲା।

{"id":113492,"width":594,"height":474}

ଏହାପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଅଂଶ ରାଗିଯାଇ ରିସେପ୍ସନରେ ଥିବା କାଚ ଭାଙ୍ଗି ଦେଇଥିଲେ।

{"id":113493,"width":602,"height":451}

ଘରେ ପହଞ୍ଚି ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କୁ ଲାଗିଥିଲା ତାଙ୍କ ପାଇଁ ଷ୍ଟୋରର ବହୁତ କ୍ଷତି ହୋଇଥିଲା। ଏହାପରେ ସେ ସେଠାକୁ କ୍ଷମା ମାଗିବାକୁ ଏବଂ ଟଙ୍କା ଦେବାକୁ ଯାଇଥିଲେ। କିନ୍ତୁ ଷ୍ଟୋରର ଷ୍ଟାଫମାନେ ପୋଲିସ୍ ଡାକି ଦେଇଥିଲେ। ପୋଲିସମାନେ ତାଙ୍କୁ ବହୁତ ପିଟିଥିଲେ। ପରଦିନ ତାଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡ଼ିଥିଲା। ଟିଭି ଅଭିନେତା ମାନବ ଅଧିକାର ଆୟୋଗ ତରଫରୁ ପୋଲିସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

{"id":113496,"width":595,"height":595}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.