Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||

୮ ପୋଲିସକର୍ମୀଙ୍କୁ ହତ୍ୟା କରିଥିବା ହତ୍ୟାକାରୀର ମୁଣ୍ଡ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା

3/07/2020 at 9:44 PM

କାନପୁର ୦୩।୦୭: ଉତ୍ତର ପ୍ରଦେଶ ପୋଲିସ୍ କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଉପରେ ୫୦  ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି। ଗୁରୁବାର ବିଳମ୍ବିତ ରାତ୍ରିରେ ଦୁର୍ଦ୍ଦାନ୍ତ ଅପରାଧୀ ପୋଲିସ୍‌ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୮ ପୋଲିସକର୍ମୀ ସହିଦ୍ ହୋଇଥିଲେ। ଏହା ପରଠୁ ୟୁପିର ଯୋଗୀ ସରକାର ଆକ୍ସନ ମୋଡରେ ଅଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁର ପହଞ୍ଚି ଆହତ ପୋଲିସକର୍ମୀଙ୍କୁ ରିଜେନ୍ସି ହସ୍ପିଟାଲରେ ଭେଟିଛନ୍ତି।

ଅନ୍ୟପକ୍ଷେ ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ୟୁପି ପୋଲିସ ଚଳଚଞ୍ଚଳ ହୋଇ ଉଠିଛି। କାନପୁର ଆଇଜି ରେଞ୍ଜ ମୋହିତ ଅଗ୍ରଓ୍ଵାଲ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ବିକେଶ ଦୁବେର ଗିରଫଦାରୀ ପାଇଁ କାନପୁରର ଦେହାତରେ ପରିଜନ ଘରେ ପୋଲିସ୍ ପକ୍ଷରୁ ଚଢାଉ କରାଯାଇଥିଲା। ଲକ୍ଷ୍ନୌରେ କୃଷ୍ଣାନଗରରେ ବିକାଶ ଦୁବେର ଘର ଉପରେ ମଧ୍ୟ ପୋଲିସ ଚଢାଉ କରିଥିଲା।

କାନପୁରରେ ବିଳମ୍ବିତ ରାତ୍ରିରେ  ବିକାଶ ଦୁବେକୁ ଗିରଫ କରିବା ଲାଗି ଯାଇଥିବା ପୋଲିସ୍ ଟିମ୍ ଉପରେ ହୋଇଥିବା ଫାୟରିଂରେ ୮ ପୋଲିସକର୍ମୀ ସହିଦ୍ ହୋଇଥିଲେ। ଏହି ଘଟଣା କାନପୁରର ଚୌବେପୁର ଥାନା ଅନ୍ତର୍ଗତ ବିକରୁ ଗାଁର। ଡିଜିପି ହିତେଶ ଚନ୍ଦ୍ର ଅବସ୍ତି କହିଛନ୍ତି ଯେ,  ବିକାଶ ଦୁବେ କାନପୁରର ହିଷ୍ଟ୍ରିସିଟର ଏବଂ ତା ଉପରେ ଅନେକ ମୋକଦ୍ଦମା ରହିଛି। ତାକୁ ଧରିବା ପାଇଁ ପୋଲିସ୍ ବିକରୁ ଗାଁ ପହଞ୍ଚିଥିଲା। ହେଲେ ପୋଲିସ୍‌କୁ ରୋକିବା ପାଇଁ ସେ ପୂର୍ବରୁ ଜେସିବି ଲଗାଇ ରାସ୍ତା ରୋକିଥିଲା।

ପୋଲିସ୍ ଦଳ ପହଞ୍ଚିବା ମାତ୍ରେ ଅପରାଧୀମାନେ ଛାତ ଉପରୁ ପୋଲିସ୍ ଟିମ୍ ଉପରେ ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ୮ ପୋଲିସ୍‌ କର୍ମୀ ସହିଦ୍ ହୋଇଥିଲେ। ବିକାଶ ଦୁବେର ଲୋକେସନ ଚିହ୍ନଟ ପାଇଁ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ କରାଯାଉଛି। ପୋଲିସ୍‌ର ଟିମ୍ ଲଗାତାର ଅନେକ ସ୍ଥାନରେ ଚଢାଉ ଜାରି ରଖିଛି।

   Related Posts