ୟୁପିର ଏହି ବ୍ୟକ୍ତି ୧୨ ଲକ୍ଷ ଟଙ୍କାରେ କିଣିଲେ ମୋବାଇଲ ନମ୍ବର, ଜାଣନ୍ତୁ ଏହି ନମ୍ବରର ବିଶେଷତ୍ବ

Published By : Prameya-News7 Bureau | September 22, 2019 IST

ଧନୀ ଲୋକଙ୍କର ଯେଉଁ ଜିନିଷ ପ୍ରତି ଆଗ୍ରହ ଥାଏ ସେମାନେ ତାକୁ ହାସଲ କରି ହିଁ ଶାନ୍ତି ପାଆନ୍ତି। ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଦିନକୁ ଥରେ ଖାଇବା ପାଇଁ ୧୨-୧୫ ଘଣ୍ଟା ସଂଘର୍ଷ କରନ୍ତି ତ କିଛି ଲୋକ କେବଳ ନିଜ ସଉକ ପାଇଁ ଟଙ୍କା ଖର୍ଚ୍ଚ କରନ୍ତି।  

ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏହି ଆଶ୍ଚର୍ଯ୍ୟକର ଘଟଣା ୟୁପିରେ ଦେଖିବାକୁ ମିଳିଛି। ସେଠାକାର ଜଣେ ବ୍ୟକ୍ତି ନିଜ ମନପସନ୍ଦ ମୋବାଇଲ ନମ୍ବର କିଣିବା ପାଇଁ ୧୧ ଲକ୍ଷ ୯୧ ହଜାର ୯୦୮ ଟଙ୍କା ଖର୍ଚ୍ଚ କରିଛନ୍ତି। ହିମାଂଶୁ କୋରିୟା ନାମକ ଜଣେ କାନପୁର ବାସିନ୍ଦା ମିରଠର ବିଏସଏନ୍‌ଏଲ କାର୍ଯ୍ୟାଳୟରୁ ଏକ ଫ୍ୟାନ୍ସି ନମ୍ବର ନେଇଛନ୍ତି।

ଏହି ନମ୍ବର ଏକ ବିଚିତ୍ର ନମ୍ବର ଯାହା କିଣିବା ପାଇଁ ହିମାଂଶୁ ମୋଟା ରକମ ଖର୍ଚ୍ଚ କରିଛନ୍ତି। ସେ କିଣିଥିବା ନମ୍ବରର ପ୍ରଥମ ୨ଟି ସଂଖ୍ୟା ଛାଡି ବାକି ସବୁ ୯୯୯୯୯୯୯୯ ରହିଛି। ମିରଠର ବିଏସଏନଏଲ୍‌ର ମୁଖ୍ୟ କହିଛନ୍ତି ଯେ, ଆଜି ଯାଏଁ କୈାଣସି ନମ୍ବର ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇନଥିଲା।

ହିମାଂଶୁ କୋରିୟାଙ୍କ କହିବା ଅନୁସାରେ ସେ ଏହି ନମ୍ବର ପାଇଁ କାନପୁରରେ ଯୋଗାଯୋଗ କରିଥିଲେ। ସେଠାରେ ପଶ୍ଚିମ ୟୁପି ସର୍କଲରେ ଏହି ନମ୍ବର ବିଷୟରେ ଜଣା ପଡିଥିଲା। ତାଙ୍କୁ ଫ୍ୟାନ୍ସି ନମ୍ବର ରଖିବାର ବହୁତ ସଉକ ରହିଛି।ସେଥିପାଇଁ ଏହି ନମ୍ବର କିଣିବାକୁ ନିଷ୍ପତ୍ତି ନେଇଥିଲେ ହିମାଂଶୁ। ଏହି ନମ୍ବର ତାଙ୍କ ସହ ଜୀବନସାରା ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.