ଯୋଗୀଙ୍କୁ ଝଟ୍‌କା : ରାମ ନଗରୀ ଅଯୋଧ୍ୟାରେ ବିଜେପି ଧରାଶୟୀ, ୪୦ରୁ ୨୪ ସିଟ୍‌ରେ ଜିତିଲା ସମାଜବାଦୀ ପାର୍ଟି

Published By : Prameya-News7 Bureau | May 03, 2021 IST

ଲକ୍ଷ୍ନୌ ୦୩/୦୫ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଜେପିକୁ ଶକ୍ତ ଝଟ୍‌କା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ପଛରେ ପଡିଯାଇଛି ଯୋଗୀଙ୍କ ବିଜେପି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନକୁ ସେମି ଫାଇନାଲ କୁହାଯାଉଥିବା ବେଳେ ଆରମ୍ଭରୁ ହିଁ ଧରାଶୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଉତ୍ତର ପ୍ରଦେଶରେ ରାମ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଏହା ବିଜେପି ପାଇଁ ଶୁଭଫଳ ଆଣିବ ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାର ସଂପୂର୍ଣ୍ଣ ବିପରୀତ ଫଳ ଦେଖିବାକୁ ମିଳିଛି ।

ରାମ ନଗରୀ ଆଯୋଧ୍ୟାରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି । ମୋଟ ୪୦ ସିଟ୍‌ରୁ ୨୪ ସିଟ୍‌ରେ ବିଜୟ ଲାଭ କରିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୮ଟି ସିଟ୍‌ । ତେବେ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ ସାମ୍ନାକୁ ଆସିନାହିଁ । ମୋଟ ୩୦୫୦ ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା ।

ଏଥି ମଧ୍ୟରୁ ବିଜେପି ୭୦୨ଟି ପଞ୍ଚାୟତରେ ଆଗ​‌ରେ ଥିବା ବେଳେ ସମାଜବାଦୀ ପାର୍ଟି ୫୦୪, ବହୁଜନ ସମାଜବାଦୀ ପାର୍ଟି ୧୩୨ଟି ସିଟ୍‌ରେ ଆଗରେ ରହିଛି । ସେହିଭଳି କଂଗ୍ରେସ ୬୨ସିଟ୍‌ରେ ଆଗରେ ରହିଥିବା ବେଳେ ଅନ୍ୟମାନେ ୬୦୮ ସିଟ୍‌ରେ ଆଗରେ ରହିଛି । ବାଗବତ୍‌ର ଅନେକ ଗୁଡିଏ ସିଟ୍‌ରେ ଆରଏଲ୍‌ଡି ଆଗରେ ରହିଛି ଏବଂ ବିଜେପି ବହୁ ପଘରେ ରହିଛି ।

ଆଶ୍ଚର୍ଯ୍ୟର କଥା ହେଉଛି ଚଳିତ ଥର ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିର୍ଦଳୀୟ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳିଛି । ସେହିମାନେ ହିଁ ବିଜେପି ଉପରେ ଅଧିକ ମାତ୍ରାରେ ଭାରି ପଡିଛନ୍ତି । କାରଣ ଦଳରୁ ଟିକେଟ୍‌ ନପାଇଥିବା ଅସନ୍ତୋଷ ନେତାମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ଏବଂ ସଫଳତା ମଧ୍ୟ ପାଉଥିବା ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.