Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନିର୍ବାଚନ ଡ୍ୟୁଟିରେ ଯାଇ କରୋନାରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ପରିବାରକୁ ୧ କୋଟି ଟଙ୍କା ଦିଅ

12/05/2021 at 3:48 PM

ଲକ୍ଷ୍ନୌ ୧୨/୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ପରିବାରକୁ ମିଳିଥିବା କ୍ଷତିପୂରଣରେ ଖୁସି ନାହାନ୍ତି ଆହ୍ଲାବାଦ ହାଇକୋର୍ଟ। ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପୋଲିଂ ଅଧିକାରୀ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ପରିଜନଙ୍କୁ ମିଳିଥିବା ଅନୁକମ୍ପା ରାଶି ବହୁତ କମ। ମଙ୍ଗଳବାର ଏନେଇ କହିବା ସହ କ୍ଷତିପୂରଣ ବାବଦକୁ ଅତିକମରେ କୋଟିଏ ଟଙ୍କା ଦେବାକୁ କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। କିନ୍ତୁ ଏନେଇ କୌଣସି ନିର୍ଦେଶ ପାରିତ କରିନାହାନ୍ତି କୋର୍ଟ।

ଏନେଇ ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ କୋର୍ଟ ଜବାବ ମାଗିଛନ୍ତି। ଜଷ୍ଟିସ୍‌ ସିଦ୍ଧାର୍ଥ ବର୍ମା ଏବଂ ଜଷ୍ଟିସ୍‌ ଅଜିତ କୁମାରଙ୍କ ଖଣ୍ଡପୀଠ ରାଜ୍ୟରେ କରୋନା ସଂକ୍ରମଣ ଏବଂ କ୍ବାରେଣ୍ଟାଇନ୍‌ ସେଣ୍ଟରର ସ୍ଥିତିକୁ ନେଇ ଆବେଦନ ଉପରେ ଶୁଣାଣି କରି ଏହା କହିଛନ୍ତି । ଯେଉଁ ଅଧିକାରୀମାନେ ମୃତ୍ୟବରଣ କରିଛନ୍ତି ସେମାନଙ୍କ ମଧ୍ୟରୁ କେହି ପରିବାରର ଜଣେ ବୋଲି ସାହାରା ଥିଲେ। ସେମାନଙ୍କୁ ଜାଣିଶୁଣି ସରକାର ନିର୍ବାଚନ କାର୍ଯ୍ୟରେ ଲଗାଇଥିଲେ ବୋଲି କୋର୍ଟ କହିଛନ୍ତି।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି, ‘କର୍ମଚାରୀଙ୍କୁ ନିର୍ବାଚନ ଡ୍ୟୁଟି କରିବାକୁ ବାଧ୍ୟ କରାଗଲା। ଆମକୁ ଲାଗୁଛି ଅନୁକମ୍ପା ରାଶି ଅତି କମରେ ଏକ କୋଟି ଟଙ୍କା ହେବା ଦରକାର। ଆଶା କରୁଛୁ ନିର୍ବାଚନ ଆୟୋଗ ଏବଂ ସରକାର ଏହି ରାଶି ବଢ଼ାଇବା ଉପରେ ବିଚାର କରି ଜବାବ ରଖିବେ। ପରବର୍ତ୍ତୀ ତାରିଖରେ ଏହା ଉପରେ ଶୁଣାଣି ହେବ।’ 

ଅନ୍ୟପଟେ ମେରଠରେ ଏକ ହସ୍ପିଟାଲରେ ୨୦ ରୋଗୀଙ୍କୁ ମୃତ୍ୟୁ ନେଇ କୋର୍ଟ କହିଛନ୍ତି, ସମସ୍ତ ମୃତ୍ୟୁକୁ କରୋନା ମୃତ୍ୟୁ ବୋଲି କୁହାଯିବା ଦରକାର। କରୋନା ମୃତ୍ୟୁ ସଂଖ୍ୟା କମାଇବା ପାଇଁ ଅନ୍ୟ ରୋଗରେ ଲୋକଙ୍କ ମୃତ୍ୟୁ ହେଉଥିବା ନେଇ କହିବାକୁ ହସ୍ପିଟାଲକୁ ଅନୁମତି ଦିଆଯିବା କଥା ନୁହେଁ। ୨୦ ଜଣଙ୍କ ମୃତ୍ୟୁର ସଠିକ୍‌ ସୂଚନା ଦେବାକୁ ଆହ୍ଲାବାଦ ହାଇକୋର୍ଟ ମେରଠ ମେଡିକାଲ୍‌ କଲେଜର ପ୍ରିନ୍ସିପାଲଙ୍କୁ ନିର୍ଦେଶ ଦେଇଛନ୍ତି। ସେପଟେ ମେରଠ ମେଡିକାଲ କଲେଜର ପ୍ରନ୍ସିପାଲ୍‌ କହିଛନ୍ତି, ସମସ୍ତ ୨୦ ଲୋକଙ୍କ ମୃତ୍ୟୁ କରୋନାରେ ହୋଇନାହିଁ।

   Related Posts