ଉତ୍ତରପ୍ରଦେଶରେ ମାତୁଛି ବ୍ଲାକ ଫଙ୍ଗସ : ହଜାର ନୂଆ କେସ୍, ୫୪ ଜଣଙ୍କ ଆଖି ନଷ୍ଟ, ୮୦ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | May 31, 2021 IST

ଉତ୍ତରପ୍ରଦେଶ ୩୧/୫ : ସାରା ଦେଶରେ କରୋନା କହର କମୁନଥିବାବେଳେ ଏବେ ବିପଦ ବଢାଉଛି ବ୍ଲାକ ଫଙ୍ଗସ । ୟୁପିରେ ଏବେ ବ୍ଲାକ ଫଙ୍ଗସ ହଇଚଇ ସୃଷ୍ଟି କରୁଛି । ବର୍ତ୍ତମାନ ଏଠାରେ ରୋଗୀଙ୍କ ସଂଖ୍ୟା ପ୍ରାୟ ୧ ହଜାରରେ ପହଞ୍ଚିଛି । ୫୪ ଜଣ ରୋଗୀଙ୍କ ଆଖି ହଟାଯାଇଥିବା ବେଳେ ୮୦ ଜଣ ପ୍ରାଣ ହରାଇଲେଣି । ତେବେ ଦୁଃଖର କଥା ବର୍ତ୍ତମାନ ପର୍ଯ୍ୟନ୍ତ ଏ ରୋଗର କୌଣସି ଔଷଧ ନାହିଁ ।

ବଡ ବଡ ସହରରେ ଚିକିତ୍ସା ସୁବିଧା ମିଲୁଥିବାବେଳେ ଛୋଟ ଛୋଟ ସହରରେ କେବଳ ରେଫର କରାଯାଉଛି । ସେତେବଳକୁ ସ୍ଥିତି ସଂପୂର୍ଣ୍ଣ ଭାବେ ବିଗିଡିଯାଉଛି । ଏହାସହ ବିଭିନ୍ନ ସ୍ଥାନରେ ଔଷଧ ଓ ଇଞ୍ଜେକସନ ବି ସୁବିଧାରେ ଉପଲବ୍ଧ ହେଉନି । କେତେକ ସ୍ଥାନରେ ଇଞ୍ଜେକ୍ସନକୁ ଅପେକ୍ଷା କରି ଜୀବନ ବି ଚାଲିଯାଉଛି । ଗାଜିଆବାଦରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଲୋକଙ୍କଠାରେ ଏହି ରୋଗରେ ଲକ୍ଷଣ ଥିଲା ।

ତାଙ୍କୁ ବଞ୍ଚାଇବା ପାଇଁ ଏକ ଇଞ୍ଜେକ୍ସନ ଆବଶ୍ୟକ ଥିଲା, କିନ୍ତୁ ଇଞ୍ଜେକ୍ସନ ମିଳିଲା ନାହିଁ ଏବଂ ସେ ମୃତ୍ୟୁ ବରଣ କଲେ । ଚିକିତ୍ସା ଠିକ୍ ସମୟରେ ଉପଲବ୍ଧ ହେଉନଥିବାରୁ ଜୀବନ ଚାଲିଯାଉଛି । ଶାହାଜାହାନପୁରରେ ବ୍ଲାକ ଫଙ୍ଗସ ହେତୁ ୫ ରୋଗୀଙ୍କ ଅବସ୍ଥା ସଂଗୀନ ହୋଇପଡିଥିଲା । କିନ୍ତୁ ତାଙ୍କୁ ରେଫର୍ କରାଯିବା ବେଳକୁ ଦୁଇ ରୋଗୀ ବଡ ସହରରେ ପହଞ୍ଚିବା ପରେ ମୃତ୍ୟୁ ବରଣ କରିଥିଲେ ।

ମୁରଦାବାଦରେ ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । ୧୭ ରୋଗୀଙ୍କୁ ହରାଇବାକୁ ପଡିଛି ଆଖି । ବ୍ଲାକ ଫଙ୍ଗସ ଲକ୍ଷଣ ଏଠାରେ ୧୭ ଜଣ ରୋଗୀଙ୍କଠାରେ ଦେଖିବାକୁ ମିଳିଥିଲା । ଏମାନଙ୍କ ସମସ୍ତ ଆଖି ହଟାଇବାକୁ ପଡିଲା । ବାରାଣାସୀରେ ମୋଟ ୧୨୮ ରୋଗୀଙ୍କ ମଧ୍ୟରୁ ୧୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣଙ୍କୁ ଆଖି କାଢିବାକୁ ପଡିଛି । ଏହି ଆକଳନଗୁଡ଼ିକ ଫଙ୍ଗସର ଭୟାବହତାକୁ ପ୍ରମାଣ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.