ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ 'ମ୍ୟାଙ୍ଗୋ ମ୍ୟାନ୍'ଙ୍କ ନିଆରା ଶ୍ରଦ୍ଧାଞ୍ଜଳି : ନର୍ସରୀରେ ଶୋଭା ପାଉଛି ପିଏମ ମୋଦୀ ଓ ସିଏମ ଯୋଗୀ ଆମ୍ୱ

Published By : Prameya-News7 Bureau | May 24, 2021 IST

ୟୁପି ୨୪/୫ : ମାଲିହାବାଦର ଆମ୍ୱ କେବଳେ ଦେଶ ନୁହେଁ ବିଦେଶରେ ବିଖ୍ୟାତ । ତେବେ ଏହି ଆମ୍ୱ ଚାଷ କରୁଥିବା କାଲିମୁଲ୍ଲା ଖାନ ଏଠାରେ ମ୍ୟାଙ୍ଗୋ ମ୍ୟାନ ଭାବେ ବେଶ୍ ଜଣାଶୁଣା । ତେବେ କରୋନାର ଦ୍ୱିତୀୟ ଲହରରେ ରୋଗୀ ସେବାରେ ପ୍ରାଣ ହରାଇଥିବା ଆଗଧାଡିର ଯୋଦ୍ଧାଙ୍କୁ ନିଆରା ଭାବେ ଶ୍ରଦ୍ଧାଜ୍ଞଳୀ ଦେଇଛନ୍ତି ଏଗି ମ୍ୟାଙ୍ଗୋ ମ୍ୟାନ । ଡାକ୍ତର ଏବଂ ପୋଲିସ୍ କର୍ମଚାରୀଙ୍କୁ ଦେଉଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

wp:gallery {"ids":[456465],"linkTo":"none"} /wp:gallery

୬୫ ବର୍ଷୀୟ ପଦ୍ମଶ୍ରୀ କାଲିମୁଲ୍ଲା ତାଙ୍କର ନର୍ସରୀରେ ଥିବା ବିଭିନ୍ନ ଆମ୍ବ ସବୁର ନାମକରଣ କରିଛନ୍ତି । ସେ କହିଛନ୍ତି ଯେ କରୋନା ୱାରିୟର୍ସ ନାମରେ ନାମିତ ଆମ୍ବ କିସମ ତାଙ୍କୁ ସବୁବେଳେ ଜୀବନ୍ତ କରି ରଖିବ । କେବଳ ସେତିକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ନାଁରେ ବି ଆମ୍ୱର ନାମ ରଖିଛନ୍ତି ।

wp:gallery {"ids":[456466],"linkTo":"none"} /wp:gallery

ଡାକ୍ତର ଆମ୍ବ, ମୋଦୀ ଆମ୍ବ, ଯୋଗୀ ଆମ୍ବ ପରି ତାଙ୍କ ନର୍ସରୀ ଆମ୍ବ ସବୁ ଉପଲବ୍ଧ ହେଉଛି । "ଦୁନିଆରେ ବହୁତ ଲୋକ ଅଛନ୍ତି, କିନ୍ତୁ ସମସ୍ତେ ଅସାଧାରଣ କାର୍ଯ୍ୟ କରିନାହାଁନ୍ତି । ଦେଶ ପାଇଁ ଭଲ ଏବଂ ଅସାଧାରଣ କାମ କରୁଥିବା ଲୋକଙ୍କ କାମରେ ପ୍ରେରଣା ପାଇ ମୁଁ ମୋର ଆମ୍ବ କିସମର ନାମ ରଖିଛି । ଏହିପରି ଲୋକମାନେ ସାଧାରଣ ଲୋକଙ୍କ ପାଇଁ ପ୍ରେରଣା ଅଟନ୍ତି । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ - ଯିଏ ସାରା ବିଶ୍ୱରେ ଦେଶର ସମ୍ମାନ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ନୂତନ ଉଚ୍ଚତା ହାସଲ କରିଛି । ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି ।

wp:gallery {"ids":[456467],"linkTo":"none"} /wp:gallery

କାଲିମୁଲ୍ଲା ଆହୁରି କହିଛନ୍ତି, "ସେହିଭଳି ମୁଁ ଅନ୍ୟ ଅନେକ ନେତାଙ୍କ ନାମରେ ଆମ୍ବ ନାମକରଣ କରିଛି । ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ପରି ଯିଏ ଅନେକ ପରିଶ୍ରମ କରୁଥିବା ମୁଁ ଦେଖିଛି । ସେହିଭଳି ସୋନିଆ ଗାନ୍ଧୀ, ଯିଏ ଜଣେ ଉତ୍ସର୍ଗୀକୃତ ନେତା । ଅଖିଳେଶ ଯାଦବ ମଧ୍ୟ ଯୁବ ନେତା ଏବଂ ପରିଶ୍ରମୀ । କେବେଲ ନେତା ନୁହେଁ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ନାମରେ ଆମ୍ୱ ରହିଛି । କାରଣ ସେ ଦେଶର ଅନ୍ୟତମ ସୁନ୍ଦର ମହିଳା ହୋଇଥିବାରୁ ତାଙ୍କ ନାଁରେ ବି ଆମ୍ୱ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.