ଦୁଇ ମହିଳାଙ୍କୁ ପସନ୍ଦ ହେଲା ଗୋଟିଏ ଡ୍ରେସ୍ : କିଣିବା ପାଇଁ ଚପଲରେ ପିଟିଲେ ପରସ୍ପରକୁ

Published By : Prameya-News7 Bureau | June 02, 2019 IST

ବିଜନୈାର ୨/୬: ଉତ୍ତରପ୍ରଦେଶର ବିଜନୈାର ଜିଲ୍ଲାରେ ଏକ ଦୋକାନରେ ଦୁଇ ଜଣ ମହିଳାଙ୍କ ମଧ୍ୟରେ ଡ୍ରେସ୍ କିଣିବାକୁ ନେଇ ଚପଲରେ ପିଟାପିଟି ହୋଇଛି। ଦୁଇଜଣ ଗୋଟିଏ ଡ୍ରେସ୍ କିଣିବେ ବୋଲି ଜିଦ୍ କରୁଥିଲେ। କଥାରେ ନଛିଡ଼ିବାରୁ ସେମାନେ ପରସ୍ପରକୁ ଚପଲ ଫିଙ୍ଗି ମାରିଥଲେ। ପରେ ଦୋକାନୀମାନେ ତାଙ୍କ ମଝିରେ ପଶି ମାମଲାର ସମାଧାନ କରିଥିଲେ। ଘଟଣାଟି ଘଟିଛି ନଜୀବାବାଦ କସ୍ବାର ଲୁଗା ମାର୍କେଟର।

ସେଠାକାର ଲୁଗା ମାର୍କେଟ ଡ୍ରେସ୍ ଏବଂ ଶାଢ଼ୀର ହବ୍ ଅଟେ। ଗତକାଲି ସେଠାକାର ଏକ ଦୋକାନରେ ଦୁଇ ଜଣ ମହିଳା ଡ୍ରେସ୍ କିଣିବାକୁ ପହଞ୍ଚିଥିଲେ। ଜଣେ ମହିଳାଙ୍କୁ ଏକ ଡ୍ରେସ୍ ପସନ୍ଦ ଆସିଥିଲା,ସେ ସେହି ଡ୍ରେସ୍ ଉଠାଇଥିଲେ। ସେହି ସମୟରେ ସେହି ଡ୍ରେସର ଆଉ ଏକ ପାର୍ଶ୍ବ ଅନ୍ୟ ମହିଳାଙ୍କ ହାତରେ ଥିଲା। ସେମାନେ ଏହି ଡ୍ରେସ୍ ପାଇଁ ଝଗଡ଼ା କରିଥଲେ।

ଦେଖୁ ଦେଖୁ ଦୁଇ ଜଣ ମହିଳା ଦୋକାନରୁ ତଳକୁ ଓହ୍ଲାଇ ରାସ୍ତାରେ ପରସ୍ପରକୁ ଚପଲ ମାଡ଼ କରିଥିଲେ। ପଥଚାରୀ ଏବଂ ଦୋକାନୀମାନେ ଦୁଇଜଣଙ୍କୁ ଶାନ୍ତ କରାଇଥିଲେ। ଏହାପରେ ଏହି ମାମଲାରେ ପୋଲିସକୁ ଅଭିଯୋଗ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.