Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୋଗୀ ସରକାରରେ ପୁଣି କରୋନା ମାମଲା : ମନ୍ତ୍ରୀ ମୋହସିନ ରଜା କରୋନାରେ ସଂକ୍ରମିତ

31/08/2020 at 5:00 PM

ଲକ୍ଷ୍ନୌ ୩୧/୮: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ମୋହସିନ୍ ରଜା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ସୋମବାର ସନ୍ଧ୍ୟାରେ ଟ୍ବିଟ୍ କରି ଏବିଷୟରେ ସୂଚନା ଦେଇଛନ୍ତି। ମୋହସିନ ରଜା ବର୍ତ୍ତମାନ ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ଏହା ପୂର୍ବରୁ ଉତ୍ତର ପ୍ରଦେଶ ସରକାରଙ୍କ ଅନେକ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୨ଜଣ ମନ୍ତ୍ରୀଙ୍କ ଏହି ମହାମାରୀ କାରଣରୁ ମୃତ୍ୟୁ ମଧ୍ୟ ହୋଇଛି।

ମୋହସିନ୍ ରଜା ଟ୍ବିଟ୍ କରି ଲେଖିଛନ୍ତି ଯେ,‘ ଆଗେ ତାଙ୍କର କେତେ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କଠାରେ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯାଇଥିଲା ଯାହା ଫଳରେ ସେ ନିଜ କୋଭିଡ-୧୯ ଯାଞ୍ଚ କରାଇଥିଲେ। ତାଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି।’ ରଜା ଅପିଲ୍ କରି ଲେଖିଛନ୍ତି,‘ତାଙ୍କ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ତାଙ୍କର ଅନୁରୋଧ ରହିଛି ଯେ ସେମାନେ ଗାଇଡଲାଇନ୍ ଅନୁସାରେ ନିଜକୁ କ୍ମାରେଣ୍ଟାଇନ୍ କରନ୍ତୁ ଏବଂ ଆବଶ୍ୟକତା ଅନୁସାରେ ଯାଞ୍ଚ କରାନ୍ତୁ।’

ସେ ଆଗକୁ ଲେଖିଛନ୍ତି,‘ ଡାକ୍ତରଙ୍କ ପରାମର୍ଶରେ ବର୍ତ୍ତମାନ ସେ ନିଜ ଘରେ କ୍ବାରେଣ୍ଟାଇନରେ ରହିଛନ୍ତି। ସବୁ ରାଜ୍ୟବାସୀଙ୍କୁ ସେ ଅନୁରୋଧ କରିଛନ୍ତି ଯେ ପୂରା ସାବଧାନ ରୁହନ୍ତୁ ଏବଂ ସରକାର ଦ୍ବାରା ଜାରି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ।’

   Related Posts