Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାରେ ଉତ୍ତର ପ୍ରଦେଶ ହନୁମାନ ପ୍ରସାଦଙ୍କ ପରଲୋକ: ଯୋଗୀ ସରକାରରେ ପାଇଥିଲେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

20/04/2021 at 12:07 PM

ଲକ୍ଷ୍ନୌ ୨୦/୦୪ : ଉତ୍ତର ପ୍ରଦେଶରେ କରୋନା ସମ୍ପୂର୍ଣ ବେକାବୁ। କରୋନାରେ ଉତ୍ତର ପ୍ରଦେଶର ଦର୍ଜା ପ୍ରାପ୍ତ ରାଜ୍ୟମନ୍ତ୍ରୀ ହନୁମାନ ପ୍ରସାଦ ମିଶ୍ରଙ୍କ ଦେହାନ୍ତ ହୋଇଛି। ହନୁମାନ ପ୍ରସାଦ ଲକ୍ଷ୍ନୌ ପିଜିଆଇରେ ଭର୍ତ୍ତି ହୋଇଥିଲେ। ସେ କ୍ୟାନସରରେ ମଧ୍ୟ ପୀଡିତ ଥିଲେ।

ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୬୭ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ଓ ୨୮ ହଜାର ୨୮୭ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ମୃତ୍ୟୁ ସଂଖ୍ୟା ୯୯୯୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜଧାନୀ ଲକ୍ଷ୍ନୌରୁ ୫୮୯୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜଧାନୀ ଲକ୍ଷ୍ନୌରେ ୨୨, କାନପୁରରେ ୧୮, ବାରାଣାସୀରେ ୧୦, ପ୍ରୟାଗରାଜରେ ୯, ଅନ୍ୟ ସହରମାନଙ୍କରେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ବାରାଣାସୀରେ ୧୬୬୮, ପ୍ରୟାଗରାଜରେ ୧୫୭୬, କାନପୁରରେ ୧୩୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୮ ହଜାର ୫୨୩ ରୋଗୀଙ୍କ ଚିକିତ୍ସା ଚାଲିଛି।

   Related Posts