ସୋସିଆଲ ମିଡ଼ିଆରେ ପାକିସ୍ତାନ ପ୍ରେମ ପଡ଼ିଲା ମହଙ୍ଗା: ଯୁବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ

Published By : Prameya-News7 Bureau | October 27, 2021 IST

ଲକ୍ଷ୍ନୌ ୨୭/୧୦ : ଭାରତ ଓ ପାକିସ୍ତାନ କ୍ରିକେଟ୍ ମ୍ୟାଚରେ ପାକିସ୍ତାନ ଜିତିବା ପରେ ଯୁବକ ଜଣକ ଆଇ ଲଭ୍ ୟୁ ପାକିସ୍ତାନ ଓ ମିସ୍ ୟୁ ପାକିସ୍ତାନ ଲେଖି ଫେସବୁକରେ ଏକ ପୋଷ୍ଟକୁ ଅପଲୋଡ୍ କରିଥିଲେ। କେବଳ ସେତିକି ନୁହେଁ ପାକିସ୍ତାନର ଜାତୀୟ ପତାକା ମଧ୍ୟ ଏହି ପୋଷ୍ଟରେ ଦେଖିବାକୁ ମିଳିଛି । ଯୁବକଙ୍କ ଏହି କାମ ଯୋଗୁଁ ହିନ୍ଦୁବାଦୀ ସଂଗଠନଗୁଡ଼ିକ କ୍ରୋଧିତ ହୋଇଯାଇଥିଲେ । ଏହି ଆଧାରରେ ପୋଲିସ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ।

ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ମୋବାଇଲ୍ ଫୋନ ମଧ୍ୟ ପୋଲିସ ଜବତ କରିଛି। ରବିବାର ଦିନ ହୋଇଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଫଳାଫଳ ପରେ ଭାରତୀୟ କ୍ରିକେଟ୍ ପ୍ରେମୀମାନେ ନିରାଶ ହୋଇଥିଲେ । କିନ୍ତୁ ବଂଦାୟୁ ଜିଲ୍ଲାର ଫୈଜଗଞ୍ଜ ବେହେଟା ସହରରେ ରହୁଥିବା ନିୟାଜଙ୍କ ପୁଅ କମରୁଦ୍ଦିନ ମ୍ୟାଚର ଫଳାଫଳ ପରେ ଶୀଘ୍ର ଫେସବୁକରେ ଜାତୀୟ ବିରୋଧୀ ପୋଷ୍ଟ ଅପଲୋଡ୍ କରିଥିଲେ।

ଯେତେବେଳେ ବିବାଦୀୟ ପୋଷ୍ଟକୁ ପାକିସ୍ତାନର ଜାତୀୟ ପତାକା ସହ ଅପଲୋଡ୍ କରାଯାଇଥିଲା, ସେଠାରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାଫଳରେ ହିନ୍ଦୁ ଜାଗରଣ ମଞ୍ଚର ପୁନୀତ କୁମାର ଶାକ୍ୟ ଯୁବକଙ୍କ ବିରୋଧରେ ପୋଲିସ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସେତେବେଳେ ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ସହ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା। କୁହାଯାଉଛି ଅଭିଯୁକ୍ତ ଜଣକ କସବା ସହରର ୫ନମ୍ବର ୱାର୍ଡର ବାସିନ୍ଦା । ଥାନା ଦାୟିତ୍ୱରେ ଥିବା ପୋଲିସ ପ୍ରଭାରି ଏସସି ଗୌତମ କହିଛନ୍ତି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏହି ମକଦ୍ଦମା ଲେଖାଯାଇଛି। ବର୍ତ୍ତମାନ ତାଙ୍କୁ ପୋଲିସ ଅଧିକ ପଚରାଉଚରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.