Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମାନିଆଙ୍କୁ ପାନେ: ଦୁଇ ଦିନରେ ଦ୍ୱିତୀୟଥର ବିନା ମାସ୍କରେ ଧରାପଡ଼ିଲେ, ଦେଲେ ୧୦ ହଜାର ଜରିମାନା

20/04/2021 at 11:54 AM

ଦେବରୀୟା ୨୦/୦୪ : ଦେଶରେ ଭୟାବହ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଉତ୍ତର ପ୍ରଦେଶରୁ ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ସଂକ୍ରମଣ ରୋକିବାକୁ ସରକାର ଜନତାଙ୍କୁ ମାସ୍କ ବ୍ୟବହାର କରିବାକୁ ଏବଂ ସାମାଜିକ ଦୂରତା ପାଳନ କରିବାକୁ ବାରମ୍ବାର ଅପିଲ କରୁଛନ୍ତି। କିନ୍ତୁ ତଥାପି କିଛି ଅମାନିଆ ନା ମାସ୍କ ବ୍ୟବହାର କରୁଛନ୍ତି ନା ସାମାଜିକ ଦୂରତା ପାଳନ କରୁଛନ୍ତି। ତାଙ୍କ ପାଇଁ ସରକାରଙ୍କ ଅପିଲ କିଛି ଫରକ ପକାଉନି। କରୋନା କାଳରେ ଏହି ଅମାନିଆ ନିଜ ସହ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ଉତ୍ତର ପ୍ରଦେଶ ଦେବରୀୟାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୨୪ ଘଣ୍ଟାରେ ଦ୍ୱୀତିୟଥତ ପାଇଁ ଧରାପଡ଼ିବାରୁ ୧୦ ହଜାର ଟଙ୍କା ଜରିମାନା ଲଗାଯାଇଛି।

ଉତ୍ତର ସରକାର ମାସ୍କ ନ ପିନ୍ଧିଥୁବା ବ୍ୟକ୍ତିଙ୍କ ହଜାରେ ଟଙ୍କା ଚାଲାଣ କାଟିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଦେବରୀୟାରେ ଜଣେ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟଥର ବିନା ମାସ୍କରେ ଧରିବାରୁ ୧୦ ହଜାର ଟଙ୍କା ଚାଲାଣ କଟାଯାଇଛି। ସୋମବାର ଦିନ ଅପରାହ୍ନରେ ଲାର ଥାନା ପ୍ରଭାରୀ ଟିଜେ ସିଂହ କୋଭିଡି ନିୟମ ନେଇ ଚେକିଂ କରୁଥିଲେ। ଚେକିଂ ବେଳେ ପୋଲିସ ଅମରଜିତ ଯାଦବ ନାମକ ଜଣେ ବ୍ୟକ୍ତିକୁ ଧରିଥିଲା ଯିଏ ମାସ୍କ ପିନ୍ଧିନଥିଲେ। ଅମରଜିତ ପୋଲିସକୁ କହିଥିଲେ ଯେ ଗତକାଲି ତାଙ୍କର ହଜାରେ ଟଙ୍କା ଚାଲାଣ କଟାଯାଇଥିଲା। ଏହାପରେ ପୋଲିସ କୋଭିଡ ନିୟମ ଉଲଙ୍ଘନ ମାମଲାରେ ଅମରଜିତକୁ ଦ୍ୱିତୀୟଥର ଧରିଥିବାରୁ ୧୦ ହଜାର ଟଙ୍କା ଚାଲାଣ କଟିଥିଲା।

ପୋଲିସ ଅଧିକ୍ଷକ ଶ୍ରୀପତି ମିଶ୍ର କହିଛନ୍ତି ଯେ ଅମରଜିତ ଯାଦବ ଦୁଇ ଦିନ ପୂର୍ବରୁ ମଧ୍ୟ ବିନା ମାସ୍କରେ ବୁଲୁଥିଲେ। ସେଥିପାଇଁ ଲାର ପୋଲିସ ହଜାରେ ଟଙ୍କା ଚାଲାଣ କାଟିଥିଲା। ଆଜି ପୁଣି ସେ ବିନା ମାସ୍କରେ ଧରାପଡ଼ିବାରୁ କୋଭିଡ ନିୟମ ଉଲଙ୍ଘନ ମାମଲାରେ ତାଙ୍କର ୧୦ ହଜାର ଟଙ୍କା ଚାଲାଣ କଟାଯାଇଛି। ପୋଲିସ ଅଧିକ୍ଷକ କହିଛନ୍ତି ଯେ ଅମରଜିତ ଜରିମାନା ରାଶି ଜମା କରିଦେଇଛନ୍ତି।

   Related Posts