ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁସଂଖ୍ୟା ବୃଦ୍ଧି, ୧୧୬ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | February 11, 2019 IST

ଲକ୍ଷ୍ନୌ ୧୧|୨: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୧୧୬ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ଶାହାରନପୁର ଅଞ୍ଚଳରେ ୭୦ଜଣଙ୍କ ପ୍ରାଣ ଯାଇଥିବା ବେଳେ ଉତ୍ତରାଖଣ୍ଡରେ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୟୁପିରେ ୪ ଏବଂ ଉତ୍ତରାଖଣ୍ଡରେ ୧୨ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏମାନେ ଡାକ୍ତରଖାନାରେ ମୃତ୍ୟୁ ସହ ଲଢୁଛନ୍ତି ।

ଏହି ମୃତ୍ୟୁ ପାଇଁ ଉଭୟ ରାଜ୍ୟରେ ଥିବା ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ ସମାଜବାଦୀ ଏବଂ ବହୁଜନ ସମାଜବାଦୀ ପାର୍ଟି । ବିଏସପି ମୁଖ୍ୟ ମାୟାବତୀ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦାବି କରିଛନ୍ତି ।

ସେପଟେ ୟୁପିର ପ୍ରଭାରୀ ଦାୟିତ୍ବ ସମ୍ଭାଳିଥିବା ପ୍ରିୟଙ୍କା ଗାନ୍ଧି ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଏହି ଘଟଣା ପଛରେ ରାଜନୈତିକ ଚକ୍ରାନ୍ତର ଗନ୍ଧ ବାରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏପଟେ ବେଆଇନ ମଦ କାରବାର ରୋକିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଅନେକଙ୍କୁ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.