ବାହାରେ ବରଯାତ୍ରୀ, ଆଉ ଭିତରେ ବିବାହ ପାଇଁ ରେଡି ହେଉଥିଲେ ଧର୍ମେନ୍ଦ୍ର : ହେଲେ ବେଦୀକୁ ଯିବା ବଦଳରେ ବର ଗଲେ କ୍ୱାରେଣ୍ଟାଇନ ସେଣ୍ଟର

Published By : Prameya-News7 Bureau | May 25, 2021 IST

ୟୁପିି ୨୫/୫: କରୋନା ଭୂତାଣୁ ପାଇଁ କଲବଲ ହୋଇଯାଉଛି ଜୀବନ । ସବୁଠି ବିବାହ ଋତୁ ଚାଲିଥିବା ବେଳେ ଏବେ ଲାଗିଯାଇଛି କରୋନା ଗ୍ରହଣ । ଯୁପିରେ ହମିରପୁର ଏକ ଘଟଣାକୁ ନେଇ ବେଶ୍ ଚର୍ଚ୍ଚା । ଆଉ କିଛିସମୟ ପରେ ପଡିଥାନ୍ତା ହାତଗଣ୍ଠୀ । ବରଯାତ୍ରୀଙ୍କୁ ନେଇ ବର ଯାଇଥାନ୍ତେ ଆଣିବାକୁ କନ୍ୟା । ହେଲେ ଠିକ ସମୟରେ ପହଞ୍ଚିଗଲା ଆମ୍ୱୁଲାନ୍ସ ଆଉ ବର ମଣ୍ଡପ ଯିବା ବଦଳରେ ଗଲେ ସଂଗରୋଧ କେନ୍ଦ୍ର ।

କାରଣ ତାଙ୍କର ରିପୋର୍ଟ ଆସିଥିଲା ପଜିଟିଭ । ଗତ କିଛିଦିନ ତଳେ ସେ କରୋନା ପରୀକ୍ଷା କରିବାକୁ ଦେଇଥିଲେ ନମୂନା । ସୂଚନା ଅନୁଯାୟୀ, ହମିରପୁର ଜିଲ୍ଲାର ମୌଦାହା ବିକାଶ ବ୍ଲକର ସିସୋଲାର ପୋଲିସ ଷ୍ଟେସନ ନିକଟରେ ରହିଛି ବକ୍ଛା ଗାଁ । ଏଠାରେ ରୁହନ୍ତି ଜଙ୍ଗ ବାହାଦୂର ସିଂଙ୍କ ପରିବାର । ତେବେ ଜଙ୍ଗ ବାହାଦୂରଙ୍କ ପୁଅ ଧର୍ମେନ୍ଦ୍ର ମେ ୨୪ରେ ଅର୍ଥାତ କାଲି ବିବାହ କରିଥାନ୍ତେ । ଧର୍ମେନ୍ଦ୍ରଙ୍କ ବର ହୋଇ ମହୋବାର ଆସାଗହାକୁ ଯିବାର ଥିଲା । ଏହି ବିବାହ ପାଇଁ ଘରେ ବି ଜୋରଦାର ପ୍ରସ୍ତୁତି ଚାଲିଥିଲା ।

ଘରେ ସମ୍ପର୍କୀୟଙ୍କ ଭିଡ ହୋଇଥିଲା । ଏପରିକି ବରଯାତ୍ରୀ ବି ରେଡି ହୋଇଥିଲେ ଯିବାକୁ । କିନ୍ତୁ ହଠାତ୍ ତ୍ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଆସି ପହଞ୍ଚିଥିଲା ବି ଧର୍ମେନ୍ଦ୍ର ଦେଇଥିବା ନମୂନାର ସଂକ୍ରମଣ ଚିହ୍ନଟ ହୋଇଛି । ଗତ ୨୨ରେ ଧର୍ମେନ୍ଦ୍ର ନମୂନା ପରୀକ୍ଷା ପାଇଁ ଦେଇଥିଲେ । ସଂଗେ ସଂଗେ ଆଉ ବିଳମ୍ୱ ନକରି ସ୍ୱାସ୍ଥ୍ୟ ବିଭାଗ ଟିମ୍ ଧର୍ମେନ୍ଦ୍ରକୁ ସଂଗରୋଧ କେନ୍ଦ୍ରରେ ଆଣି ରଖିଥିଲେ । ପରେ ବର ପଜିଟିଭ ଆସବା କଥା ଜାଣିବା ପରେ ପରିବାର ଓ ସମ୍ପର୍କୀୟଙ୍କ ନମୂନା ଯାଞ୍ଚ କରାଯାଉଛି । ବର୍ତ୍ତମାନ ବିବାହକୁ ସ୍ଥିଗତ ରଖାଯାଇଛି । ପରେ ବିବାହ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.