ବାୟୁ ପ୍ରଦୂଷଣ ଲାଗି ପାକିସ୍ତାନକୁ ଦାୟୀ ! ଯୋଗୀ ସରକାରଙ୍କ ଜବାବରେ ଜାଣନ୍ତୁ କ’ଣ କହିଲେ କୋର୍ଟ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୩।୧୨: ଦିଲ୍ଲୀର ବାୟୁ ପ୍ରଦୂଷଣ ଲାଗି ପାକିସ୍ତାନ ଦାୟୀ ! ସୁପ୍ରିମକୋର୍ଟରେ ଦିଲ୍ଲୀର ବାୟୁ ମାନ ସମ୍ପର୍କିତ ଏକ ମାମଲାର ଶୁଣାଣିରେ ଉତ୍ତରପ୍ରଦେଶର ଯୋଗୀ ସରକାର ଶୁକ୍ରବାର ଏହି ଜବାବ ରଖିଛନ୍ତି। ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଆଗରେ ୟୁପି ସରକାରଙ୍କ ବରିଷ୍ଠ ଓକିଲ ରଞ୍ଜିତ କୁମାର ହାଜର ହୋଇ ଏହି ଜବାବ ରଖିଥିଲେ। ଏଥିରେ ଆପଣ ପାକିସ୍ତାନର କଳକାରଖାନା ଉପରେ ରୋକ ଲାଗୁ ବୋଲି କହିବାକୁ ଚାହାନ୍ତି କି ବୋଲି ମୁଖ୍ୟ ନ୍ୟାୟାଧୀଶ ରଞ୍ଜିତ କୁମାରଙ୍କୁ ପ୍ରଶ୍ନ କରିଛନ୍ତି।

ଦିଲ୍ଲୀ ବାୟୁ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣିରେ ଉତ୍ତର ପ୍ରଦେଶର ଏଥିରେ କୌଣସି ଭୂମିକା ନଥିବା ସରକାରଙ୍କ ପକ୍ଷରୁ ରଞ୍ଜିତ କୁମାର ପୀଠଙ୍କୁ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ପଛକୁ ଉତ୍ତରପ୍ରଦେଶ ରହିଛି। ଏଣୁ ଏହି ରାଜ୍ୟରୁ ରାଜଧାନୀକୁ ବାୟୁପ୍ରଦୂଷଣ ବ୍ୟାପି ପାରିବ ନାହିଁ। ଏହା ସତ୍ତ୍ୱେ ଯଦି କଳକାରଖାନା ବନ୍ଦ ଲାଗି ଆଦେଶ ଦିଆଯାଏ ଏଥିରେ ୟୁପିର ଦୁଗ୍ଧ ଓ ଆଖୁ ଉଦ୍ୟୋଗ ପ୍ରଭାବିତ ହେବ ବୋଲି ରଞ୍ଜିତ କୁମାର କହିଛନ୍ତି।

ଏହା ପୂର୍ବରୁ ବାୟୁ ମାନ ପରିଚାଳନା ଆୟୋଗ (ସିଏକ୍ୟୁଏମ)  ୟୁପିରେ ଶିଳ୍ପଙ୍କୁ ଦୈନିକ ୮ ଘଣ୍ଟା କାମ ଲାଗି ଅନୁମତି ଦେବା ନିମନ୍ତେ ଏକ ଆଫିଡେଭିଟ୍‌ରେ ବେଞ୍ଚଙ୍କୁ ଜଣାଇଥିଲେ। ତେବେ ୟୁପି ସରକାର ଏ ନେଇ ଆପତ୍ତି କରିଛନ୍ତି। ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟଙ୍କ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, ସୂର୍ଯ୍ୟକାନ୍ତ ଓ ଅନ୍ୟ ୫ ଜଣସଦସ୍ୟଙ୍କୁ ନେଇ ଗଠିତ ଏନଫୋର୍ସମେଣ୍ଟ ଟାସ୍କ ଫୋର୍ସ ବେଞ୍ଚଙ୍କୁ ଏହି ଆଫିଡେଭିଟ୍ ଦାଖଲ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.