Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଚଳନ୍ତା କାରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ୧୨ ଲକ୍ଷ ଟଙ୍କା ସହାୟତା ରାଶି

27/11/2021 at 2:58 PM

ମଥୁରା ୨୭/୧୧ : ମଥୁରା କୋସିକଲା କ୍ଷେତ୍ରରେ ରାଜପଥରେ ଚଳନ୍ତା କାରରେ ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ଦିନ ଜିଲ୍ଲା ଅଧିକାରୀ ନବନୀତ ସିଂହ ଚହଲ ଓ ଏସଏସପି ଡ.ଗୌରବ ଗ୍ରୋଭର ପୀଡିତାଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ପରିବାରକୁ ସେ ଆଶ୍ୱାସନା ଦେଇଛନ୍ତି ଯେ ଝିଅ ସହ ନ୍ୟାୟ ହେବ। ସରକାର ଓ ଜିଲ୍ଲା ପ୍ରଶାସନ ତରଫରୁ ୧୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି। ତାଛଡା ଅନ୍ୟ ସହାୟତା ମଧ୍ୟ ଦେବାକୁ କହିଛନ୍ତି। ଜିଲ୍ଲା ଅଧିକାରୀ ପୀଡିତାଙ୍କ ପରିବାରକୁ କହିଛନ୍ତି ଯେ ଉତ୍ତର ପ୍ରଦେଶ ରାଣୀ ଲକ୍ଷ୍ମୀବାଇ ମହିଳା ଏବଂ ବାଲ୍ୟ ସମ୍ମାନ କୋଷ ଅନ୍ତର୍ଗତ ୭ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଜିଲ୍ଲା ଅଧିକାରୀ ଓ ଏସଏସପି ପ୍ରଥମେ ହସ୍ପିଟାଲରେ ଭର୍ତ୍ତି ପୀଡିତାଙ୍କୁ ସାକ୍ଷାତ କରିଥିଲେ।

ପରିବାର ସହ କଥାବାର୍ତ୍ତା ହେବାପରେ ଜଣାପଡିଛି ଯେ କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ହୋଇଛି। ସେଥିପାଇଁ ଜିଲ୍ଲା ଅଧିକାରୀ ଆଶ୍ୱାସନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା ଅଧୀନରେ ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାସହ ପୀଡିତାଙ୍କ ମା’ଙ୍କୁ ଅସହାୟ ମହିଳା ପେନସନ ଯୋଜନା ଅଧୀନରେ ପେନସନ ଓ ମୁଖ୍ୟମନ୍ତ୍ରୀ ବାଲ୍ୟ ସେବା ଯୋଜନା ଅଧୀନରେ ସହାୟତା ମଧ୍ୟ ଦିଆଯିବ।

ରାଜପଥରେ ବିପ୍ର ସମାଜର ଯୁବତୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଅଖିଳ ଭାରତବର୍ଷୀୟ ବ୍ରାହ୍ମଣ ମହାସଭା ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହା ସରକାରଙ୍କ ବିଫଳତା ଦର୍ଶାଉଛି ବୋଲି ସଭା କହିଛି। ମହାସଭା ଜିଲ୍ଳାଧ୍ୟକ୍ଷ ଦୁଷ୍ୟନ୍ତ ସାରସ୍ୱତ କହିଛନ୍ତି ଯେ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ପୀଡିତାଙ୍କୁ ନ୍ୟାୟ ଓ ଆର୍ଥିକ ସହାୟତା ସହ ପରିବାରକୁ ସୁରକ୍ଷା ଦେବା ପାଇଁ ମଧ୍ୟ ମହାସଭା ଦାବି କରିଛି।

ସୂଚନା ଅନୁଯାୟୀ, କୋସିକଲା କ୍ଷେତ୍ରରେ ରହୁଥିବା ଯୁବତୀ କନେଷ୍ଟବଳ ପରୀକ୍ଷା ପ୍ରସ୍ତୁତି କରୁଥିଲେ। ମଙ୍ଗଳବାର ଦିନ ସେ ଆଗ୍ରାକୁ ପରୀକ୍ଷା ପାଇଁ ଯାଇଥିଲେ। ପରୀକ୍ଷା ଦେଇ ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଗାଁକୁ ଫେରିବାକୁ ଗାଡିକୁ ଅପେକ୍ଷା କରିଥିଲେ। ସେତିକିବେଳେ ଏକ କାର ଅଟକିଥିଲା। କାରରେ ଯୁବତୀଙ୍କର ଜଣେ ପରିଚିତ ଓ ୩-୪ ଯୁବକ ବସିଥିଲେ। ଯୁବତୀ ଗାଁକୁ ଫେରିବାକୁ କାରରେ ବସିପଡ଼ିଲେ। ରାଜପଥରେ ଯୁବକମାନେ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ। ସେ ବିରୋଧ କରିବାରୁ ତାଙ୍କୁ ମାରପିଟ କରିଥିଲେ ଓ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ରାସ୍ତାକଡ଼ରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଯୁବତୀଙ୍କୁ ଦେଖି କିଛି ଲୋକେ ପୋଲିସକୁ ସୂଚନା ଦେଇଥିଲେ।

   Related Posts