Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କରୋନାକୁ ନେଇ ଆଲର୍ଟ ମୋଡ୍‌ରେ ସରକାର, ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

2/04/2021 at 6:23 PM

ଲକ୍ଷ୍ନୋ, ୦୨/୦୪: ଦେଶରେ ବୃଦ୍ଧି ପାଉଥିବା କରୋନାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଆଲର୍ଟ ମୋଡ୍‌କୁ ଆସିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ୟୁପି ସରକାର ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକରୀ ଏବଂ ବେସରକରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ୍‌ ୧୧ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଗୁଡ଼ିକ ବନ୍ଦ ରହିବା ନେଇ ଏହି ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ।  

ଏହି ଅବଧି ମଧ୍ୟରେ ବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିବ । କିନ୍ତୁ ପ୍ରଶାସନିକ କାର୍ଯ୍ୟ ପାଇଁ ଶିକ୍ଷକମାନେ ସ୍କୁଲ୍‌କୁ ଆସିବେ । ଏହା ପୂର୍ବରୁ ରାଜ୍ୟ ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ କରିଦେଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏନେଇ କାଳିଦାସ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଏକ ସମୀକ୍ଷା ବୈଠକ ଡକାଇଥିଲେ । ଏହି ବୈଠକରେ ଏପରି ନିର୍ଦ୍ଦେଶ ଜାରି କରାଯାଇଥିବା ଜଣାପଡ଼ିଛି ।

ଜଣେ ଅଧିକାରୀଙ୍କ ପ୍ରବକ୍ତାଙ୍କ କହିବା ମୁତାବକ ମୁଖ୍ୟମନ୍ତ୍ରୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ତେଣୁ ରାଜ୍ୟ ବାହାରେ କାମ କରୁଥିବା ଲୋକ ଏବେ ଗାଁ କୁ ଫେରୁଛନ୍ତି । ଫଳରେ ଗାଁ ଗଣ୍ଡାରେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ । ଏହାକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଜାରି କରାଯାଇଛି ।

   Related Posts