Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ୟୁପିରେ ହସ୍ପିଟାଲ ଓ ମେଡିକାଲ କଲେଜ ଆନ୍ଦୋଳନ ଉପରେ ଲାଗିଲା କଟକଣା, ୬ ମାସ ପର୍ଯ୍ୟନ୍ତ ହେବନି ଆନ୍ଦୋଳନ

6/06/2019 at 10:07 PM

ଲକ୍ଷ୍ନୌ ୬।୬:  ଉତ୍ତର ପ୍ରଦେଶର ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜ ଉପରେ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ କଟକଣା ଜାରି କରିଛନ୍ତି ସରକାର। ଏଭଳି କୌଣସି ସଂସ୍ଥାରେ ଡାକ୍ତର ହୁଅନ୍ତୁ କି କର୍ମଚାରୀ କଟକଣା ସମୟରେ ଆନ୍ଦୋଳନକୁ ଓହ୍ଳାଇପାରିବେନି ବୋଲି ସରକାର କଡା ସତର୍କତା ଜାରୀ କରିଛନ୍ତି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ ମୁକେଶ ମିଶ୍ର।

ସରକାରଙ୍କ ଏହି କଟକଣା ପରେ ରାଜ୍ୟର ସଞ୍ଜୟ ଗାନ୍ଧି ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନ ଏସପିଜି, କିଙ୍ଗ ଜର୍ଜ ଚିକିତ୍ସା ବିଶ୍ବବିଦ୍ୟାଳୟ ଲକ୍ଷ୍ନୌ, ୟୁପି ଆୟୁର୍ବିଜ୍ଞାନ ବିଶ୍ବବିଦ୍ୟାଳୟ, ଡା. ରାମମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ୍ ସମେତ ନୋୟେଡା ସୁରସ୍ପେସାଲିଟି ଶିଶୁ ଚିକିତ୍ସାଳୟ ଓ ସ୍ନାତକୋତ୍ତର ଶୈକ୍ଷଣିକ ସଂସ୍ଥାନ, ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଗ୍ରେଟର ନୋୟଡାର ଛାତ୍ରଛାତ୍ରୀ, ଶିକ୍ଷକ, ଡାକ୍ତର ଅଥବା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ।

ଅନ୍ୟପକ୍ଷରେ ଏଲହାବାଦ, କାନପୁର, ମେରଠ, ଶାହାରନପୁର, ଆଗରା, ଆଜମଗଡ, ଆମ୍ବେଦକର ନଗର, ଝାଂସୀ, ଗୋରଖପୁର, କନୌଜ, ଜାଲୋନ, ବାନ୍ଦା ଓ ବଦାୟୁଁସ୍ଥିତ ମେଡିକାଲ କଲେଜ ଓ ହସ୍ପିଟାଲରେ ମଧ୍ୟ ଛାତ୍ର, ଡାକ୍ତର ଓ କର୍ମଚାରୀଙ୍କ ଆନ୍ଦୋଳନ ଅଧିକାର ସମାପ୍ତ କରିଦିଆଯାଇଛି। ଏହି ସବୁ ସଂସ୍ଥାନ ଓ ହସ୍ପିଟଲମାନଙ୍କରେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ପ୍ରକାର ଆନ୍ଦୋଳନ ଅଥବା ହରତାଲ ହୋଇ ପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଳେଖ କରିଥିବା ସ୍ବାସ୍ଥ୍ୟ ସଚିବ କହିଛନ୍ତି।

   Related Posts