Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

CAA ବିରୋଧ: ଉପଦ୍ରବୀଙ୍କ ହୋର୍ଡିଂ ହଟାଇବେନି UP ସରକାର, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କରିବେ ଚାଲେଞ୍ଜ

10/03/2020 at 2:32 PM

ଲକ୍ଷ୍ନୌ:   ନାଗରିକ ସଂଶୋଧିତ ଆଇନ (ସିଏଏ) ବିରୋଧ ବେଳେ ଉତ୍ତରପ୍ରଦେଶ ବିଭିନ୍ନ ସ୍ଥାନରେ ହୋଇଥିବା ଉପଦ୍ରବରେ ବିପୁଳ ସାର୍ବଜନିକ ସମ୍ପତ୍ତି ନଷ୍ଟ ହୋଇଥିଲା। ରାଜ୍ୟ ସରକାର ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସିସିଟିଭି ଫଟୋ ଆଧାରରେ ବିଭିନ୍ନ ସ୍ଥାନରେ ଉପଦ୍ରବୀଙ୍କ ଫଟୋ ହୋର୍ଡିଂରେ ଲଗାଇଛନ୍ତି। ଯାହାକୁ ନେଇ ରାଜ୍ୟରେ ରାଜନୀତି ଏବେ ସରଗରମ ରହିଛି। ଏଥିରେ ଏବେ  ହାଇକୋର୍ଟଙ୍କ ନିଷ୍ପତ୍ତି ସରକାରଙ୍କ ବିରୋଧରେ ଯାଇଛି। ତେବେ ସରକାର ହାଇକୋର୍ଟଙ୍କୁ ଚାଲେଞ୍ଜ କରିବାକୁ ବିଚାର କରୁଥିବା ଜଣାପଡିଛି।

ଆଲହାବାଦ ହାଇକୋର୍ଟ ସୋମବାର ସରକାର ରାସ୍ତାକଡରେ ଲଗାଇଥିବା ହୋର୍ଡିଂ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବିରଣୀ ପ୍ରଦର୍ଶନ କରୁଥିବା କହିଥିଲେ। ଯାହାକୁ ସେମାନଙ୍କ ଗୋପନୀୟତାରେ ହସ୍ତକ୍ଷେପର ଏକ ଅନୁଚିତ ପଦକ୍ଷେପ ବୋଲି କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ଏହି ଆଦେଶ ନେଇ ମୁଖ୍ୟମନ୍ତ୍ରୀ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିବା ବେଳେ ଏହାକୁ ଚାଲେଞ୍ଜ କରିବାକୁ ପିଟିସନ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ନ୍ୟାୟାଳୟ ତାଙ୍କ ନିର୍ଦ୍ଦେଶରେ ରାସ୍ତାକଡରୁ ହୋର୍ଡିଂ ହଟାଇବା ସହ ଆଦେଶ ପାଳନ ହୋଇଥିବା ନେଇ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟଳୟରେ ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ରିପୋର୍ଟ କରିବାକୁ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ମିଡିଆ ପରାମର୍ଶଦାତା ସଲଭମଣୀ  ତ୍ରିପାଠୀ ଗଣମାଧ୍ୟମ ସହ ଆଲୋନାରେ ସରକାର ହାଇକୋର୍ଟଙ୍କ ଆଦେଶ ସମୀକ୍ଷା କରୁଥିବା କହିଛନ୍ତି। କେଉଁ ଆଧାରରେ ହାଇକୋର୍ଟ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନ ବିଶେଷଜ୍ଞ ଏହାର ଅନୁଧ୍ୟାନ କରୁଛନ୍ତି। ତେବେ ଆନ୍ଦୋଳନ ନାମରେ ଉପଦ୍ରବକୁ କେବେ ବି କ୍ଷମା କରାଯିବ ନାହିଁ ବୋଲି ତ୍ରିପାଠୀ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ମିଡିଆ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ହାଇକୋର୍ଟ ଦଙ୍ଗାକାରୀଙ୍କ ପୋଷ୍ଟର ହଟାଇବାକୁ କହିଛନ୍ତି, ସେମାନଙ୍କ ବିରୋଧରେ ରୁଜୁ ମାମଲା ହଟାଇବାକୁ ନୁହେଁ  ବୋଲି ଉଲ୍ଲେଖ କରିଛନ୍ତି।

   Related Posts