ମହଙ୍ଗା ପଡିଲା CAA ବିରୋଧ: ୟୁପିର ସାର୍ବଜନିକ ସ୍ଥଳରେ ଲାଗିଲା ଦଙ୍ଗାକାରୀଙ୍କ ଫଟୋ, ସମ୍ପତ୍ତି ନଷ୍ଟ ଲାଗି ଜାରି ହେଲା ନୋଟିସ୍

Published By : Prameya-News7 Bureau | December 22, 2019 IST

ଲକ୍ଷ୍ନୌ ୨୨ ।୧୨ : ନାଗରିକ (ସଂଶୋଧିତ) ଆଇନ (ସିଏଏ) ବିରୋଧରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବିକ୍ଷୋଭ ଓ ଭଙ୍ଗାରୁଜା ଲାଗି ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଦଙ୍ଗା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଲାଗି ୮୦ ଜଣଙ୍କୁ ନୋଟିସ୍ କରାଯାଇଥିବା ବେଳେ ଦଙ୍ଗାକାରୀଙ୍କ ଚିହ୍ନଟ ଲାଗି ସର୍ବସାଧାରଣ ସ୍ଥାନମାନଙ୍କରେ ଫଟୋ ଲଗାଯାଇଛି। ଏଥିରେ ଦଙ୍ଗାକାରୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ଫୋନ ନମ୍ବର ମଧ୍ୟ ଦିଆଯାଇଛି। ଏହା ଛଡା ଉପଦ୍ରବକାରୀଙ୍କ ଫଟୋ ସୋସାଲ ମିଡିଆରେ ମଧ୍ୟ ପୋଲିସ ସେୟାର କରିଛି।

wp:html /wp:html

ଆଇନ ବିରୋଧରେ ମୁଜଫରନଗରରେ ବ୍ୟବସାୟୀମାନେ ବିରୋଧ କରିବା ବେଳେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏଣୁ ୮୦ ଜଣ ବ୍ୟବସାୟୀଙ୍କ ଦୋକାନ ପୋଲିସ ସିଲ କରିଥିବା ବେଳେ ସେମାନଙ୍କୁ ନୋଟିସ୍ କରାଯାଇଛି। ହିଂସାକାଣ୍ଡରେ ବାହାର ଲୋକଙ୍କ ସାମିଲକୁ ପୋଲିସ ଅସ୍ୱୀକାର କରୁ ନାହିଁ। ଏଥିରେ ଏନଜିଓ  ଏବଂ ରାଜନୈତିକ ଦଳ ଲୋକେ ବି ଭାଗ ନେଇଥିଲେ।

{"id":201252,"sizeSlug":"large"}

ସାରା ରାଜ୍ୟରେ ଉଗ୍ର ବିକ୍ଷୋଭ ଓ ହିଂସାକାଣ୍ଡ ଯୋଗୁ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ସହ ଧସ୍ତାଧସ୍ତି ଓ ଟେକାପଥର ମାଡରେ ୨୮୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପୋଲିସ ମୋଟ ୮୭୯ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୧୮୦ ଜଣଙ୍କ ବିରୋଧରେ ସଙ୍ଗିନ ମାମଲାରେ ମୋକଦ୍ଦମା ରୁଜୁ କରାଯାଇଛି। ଏଭଳି ଅପରାଧୀଙ୍କ ମଧ୍ୟରେ ହିଂସାବେଳେ ମୃତ ୫ ଜଣ ବି ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.