Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ୟୁପିରେ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ସରକାର : କରୋନା ପରେ ଡରାଉଛି ରୋଗ

21/05/2021 at 2:16 PM

ଉତ୍ତରପ୍ରଦେଶ ୨୧/୫ : ଗତ କିଛି ଦିନ ହେବ ଦେଶରେ କରୋନା ମାମଲା ହ୍ରାସ ପାଉଛି । ତେବେ କରୋନା କାରଣରୁ ମୃତ୍ୟୁ ଏବେ ବି ଚିନ୍ତାର ବିଷୟ ପାଲଟିଛି । ଅନ୍ୟପକ୍ଷରେ, କରୋନା ମହାମାରୀ ସମୟରେ ବ୍ଲାକ୍ ଫଙ୍ଗସ୍ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହି କାରଣରୁ ଅନେକ ରାଜ୍ୟ ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ଆଜି ୟୁପି ସରକାର ମହାମାରୀ ଭାବେ ଘୋଷଣା କରିଛନ୍ତି ।

ବ୍ଲାକ୍କ ଫଙ୍ଗସକୁ ମହାମାରୀ ଘୋଷଣା କରିବାରେ ୟୁପି ହେଉଛି ଅଷ୍ଟମ ରାଜ୍ୟ । ଏହାପୂର୍ବରୁ ଗୁଜୁରାଟ, ତେଲେଙ୍ଗାନା, ରାଜସ୍ଥାନ, ଆସାମ, ଓଡିଶା, ପଞ୍ଜାବ ଏବଂ ଚଣ୍ଡିଗଡ଼ ଏହାକୁ ମହାମାରୀ ଘୋଷଣା କରିସାରିଛନ୍ତି । ବାସ୍ତବରେ, ୟୁପିରେ କ୍ରମାଗତ ଭାବରେ ବ୍ଲାକ୍ ଫଙ୍ଗସ୍ ରୋଗୀ ସଂଖ୍ୟା ବି ବଢୁଛି । ରାଜଧାନୀ ଲକ୍ଷ୍ନୌରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗୁରୁବାର ଏହି କାରଣରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଥାଉକି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବ୍ଲାକ ଫଙ୍ଗସକୁ ମହାମାରୀ ବୋଲି ଘୋଷଣା କରିବାକୁ ଅନୁରୋଧ କରିଛି ।

   Related Posts